୪୬ ଘଣ୍ଟା ପରେ ଗୋଧସ ଜଳପ୍ରପାତରୁ ଉଦ୍ଧାର ହେଲା ନିଖୋଜ ପ୍ରେମୀଯୁଗଳଙ୍କ ମୃତଦେହ

୪୬ ଘଣ୍ଟା ପରେ ଗୋଧସ ଜଳପ୍ରପାତରୁ ଉଦ୍ଧାର ହେଲା ନିଖୋଜ ପ୍ରେମୀଯୁଗଳଙ୍କ ମୃତଦେହ

ନୂଆପଡ଼ା: ଗୋଧସ ଜଳପ୍ରପାତରେ ପ୍ରେମୀଯୁଗଳଙ୍କ ନିଖୋଜ ଘଟଣାର ୩ ଦିନ ପରେ ଆଜି ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ ଥିବା ଗୋଧସ ଜଳପ୍ରପାତ ଉପରୁ ଡେଇଁ ପ୍ରେମୀଯୁଗଳ ୩ ଦିନ ତଳେ ନିଖୋଜ ହୋଇଥିଲେ। ୪୬ ଘଣ୍ଟା ପରେ ଆଜି ପ୍ରେମୀଯୁଗଳଙ୍କ ମୃତଦେହ ନୂଆପଡ଼ା ଅଗ୍ନଶମ ବିଭାଗ ଉଦ୍ଧାର କରିଛି।

ସୂଚନାନୁସାରେ, ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ସେମାନଙ୍କୁ ସ୍ବାମୀ ସ୍ତ୍ରୀର ମାନ୍ୟତା ମିଳିନଥିଲା। ଆତ୍ମହତ୍ୟା ପୂର୍ବରୁ ସେମାନେ ସୁଇସାଇଡାଲ ନୋଟ୍ ଛାଡ଼ିଯାଇଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ, ପ୍ରେମ ବିବାହ ଉଦ୍ଦେଶ୍ୟରେ ଗତ ୨୪ ତାରିଖରୁ ଘରୁ ବାହାରିଥିଲେ।  କିନ୍ତୁ ସ୍ୱୀକୃତି ନ ମିଳିବାରୁ ଆତ୍ମହତ୍ୟା କରିଥିଲେ। ମୃତ ପ୍ରେମୀଯୁଗଳ ପଡ଼ୋଶୀ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ପିପଲଛେଡି ଥାନା ଥୁଆପାନି ଗାଁର ଧନିରାମ ଅଁଟି (୧୮) ଓ ଦେମତି ସୋରି ବୋଲି ଜଣାପଡ଼ିଛି। ଜଳପ୍ରପାତର ଅକାତପାଣି ଭିତରେ ମଧ୍ୟ ବହୁ କଷ୍ଟରେ ନୂଆପଡ଼ା ଅଗ୍ନିଶମ ବାହିନୀ ଖୋଜି ବାହାର କରିବା ପରେ ଧରମବନ୍ଧା ପୁଲିସକୁ ଜିମା ଦେଇଥିଲା। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe