ବସ୍‌ଷ୍ଟାଣ୍ଡ ଠେଲାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଶବ ବଦଳ ଘଟଣା, ଚିତାଭସ୍ମ ଗଲା ରାଜସ୍ଥାନ, ଫେରିଲାନି ଓଡ଼ିଆ ପୁଅର ଶବ

CREATOR: gd-jpeg v1.0 (using IJG JPEG v62), quality = 100

ଭବାନୀପାଟଣା: ଭବାନୀପାଟଣା ନିର୍ମାଣାଧୀନ ନୂଆ ବସଷ୍ଟାଣ୍ଡ ନିକଟ ଏକ ଠେଲାରୁ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନାରୁ ପ୍ରକାଶ ଯେ ଭବାନୀପାଟଣା ସହରର ନୂଆ ବସଷ୍ଟାଣ୍ଡ ଠାରେ ଏକ ଠେଲାରେ ଜଣେ ଯୁବକ ମୃତ ଅବସ୍ଥାରେ ପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ।

ଏନେଇ ଟାଉନ୍‌ ଥାନା ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଉଦ୍ଧାର କରିଥିଲା। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ଭବାନୀପାଟଣା ସହରର କାଳୀମନ୍ଦିର ପଡ଼ାର ଭରତ ମାଝୀ (୩୮) ବୋଲି ଜଣାପଡ଼ିଛି। ତାଙ୍କ ସ୍ତ୍ରୀ ସହ ଦୁଇ ଛୋଟ ଶିଶୁ ଅଛନ୍ତି। ସେ ଗତକାଲି ସକାଳୁ ଘରୁ ବାହାରିଥିଲେ ହେଁ ସନ୍ଧ୍ୟାରେ ସେ ଘରକୁ ଫେରିନଥିଲେ। କେଉଁ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe