Image Courtesy of India Today
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଗୁଣ୍ଡୁରୁଚୁଆଁ ଗ୍ରାମର ଇମ୍ଫାର ସିଂଙ୍କ ଝିଅ ଅମୃତା ସିଂ (୧୮ )ଙ୍କ ମୃତଦେହ ବୁଧବାର ସକାଳେ ପମ୍ପ ହାଉସ୍ ଭିତରୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ସେ ନିଖୋଜ ଥିଲେ। ତେବେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମଙ୍ଗଳବାର ସନ୍ଧ୍ୟାରେ ଅମୃତା ରାତ୍ରୀ ଭୋଜନ ପାଇଁ ରୋଷେଇ ସାରି ବାହାରକୁ ବୁଲିବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକ ପଡ଼ୋଶୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ବି ନିରାଶ ହୋଇଥିଲେ।
ମଙ୍ଗଳବାର ସକାଳେ ଜଳ ଯୋଗାଣ ପାଇଁ ପମ୍ପ ହାଉସ୍କୁ ମୋଟର ଚଳାଇବାକୁ ଅପରେଟର ଆସିଥିବା ବେଳେ ଆଖପାଖରେ ଜମା ହୋଇଥିବା କିଛି ମହିଳା ପମ୍ପ ହାଉସ୍ ଭିତରେ ଜଣେ ଯୁବତୀ ପଡ଼ିଥିବା ତାଙ୍କୁ ଜଣାଇଥିଲେ। କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ଶବଟିକୁ ଜବତ କରିଥିଲେ। ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ରକ୍ତର ଛିଟା ଲାଗିଥିବା ଦେଖିବାକୁ ମିଳିଛି। ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2023/02/dead-1.jpg)