ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଇକେଲ୍‌ରେ ପୋଡ଼ିବାକୁ ନେଲେ ବାପା

ଶବ ଜବତ କଲା ପୁଲିସ, ହତ୍ୟା ନା ଆତ୍ମହତ୍ୟା?

ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଇକେଲ୍‌ରେ ପୋଡ଼ିବାକୁ ନେଲେ ବାପା

bbc

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ତ ପଞ୍ଚାୟତ ମକରପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିକଟସ୍ଥ ପଥରଖଣିରୁ ଜଣେ ଯୁବତୀ (୨୦)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀଙ୍କ ବାପା ସାଇକେଲରେ ମୃତଦେହକୁ ପୋଡ଼ିବାକୁ ନେଉଥିବା ସମୟରେ ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ସ୍ପଷ୍ଟ ହୋଇନାହିଁ।

ଘଟଣାରୁ ପ୍ରକାଶ, ମକରପଦା ଗ୍ରାମର ବାବୁଲା ବେହେରାଙ୍କ ଝିଅ ରଶ୍ମିତା ବେହେରା (୨୦) ଗତକାଲି ସକାଳ ୯ଟା ସମୟରେ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ଦିନ ଯାଇ ରାତି ପର୍ଯ୍ୟନ୍ତ ଝିଅ ଆଉ ଘରକୁ ଫେରିନଥିଲେ। ଘରେ ବାବୁଲା ବେହେରା ମଧ୍ୟ ଝିଅକୁ ଖୋଜାଖୋଜି କରିନଥିଲେ। ବାବୁଲାଙ୍କ ନିର୍ଯାତନା ସହି ନପାରି ମା’ ବାପଘରକୁ ଚାଲି ଯାଇଥିବା ସାହି ପଡ଼ିଶା ଲୋକେ କୁହାକୁହି ହେଉଛନ୍ତି। ତେବେ, ପ୍ରକୃତ କାରଣ ଜଣାପଡ଼ିନି।

publive-image

ଶୁକ୍ରବାର ସକାଳୁ ଝିଅର ମୃତଦେହ ନିକଟସ୍ଥ ପଥରଖଣିରୁ ଉଦ୍ଧାର କରି ବାପା ନିଜ ସାଇକେଲ ଯୋଗେ ଆଣି ଦାହ କରିବାକୁ ନେଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିଥିଲା। ବ୍ୟବଚ୍ଛେଦ ପାଇଁ ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ, ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଅନ୍ୟପକ୍ଷରେ, ଯୁବତୀଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଝିଅ ନିଖୋଜ ହେବାର ୨୪ ଘଣ୍ଟା ପରେ ବାପା କାହିଁକି ଖୋଜାଖୋଜି କରିନଥିଲେ କିମ୍ବା ପୁଲିସକୁ ଖବର ଦେଇନଥିଲେ? ରଶ୍ମିତାଙ୍କୁ କିଏ ଅପହରଣ କରି ନେଇଥିଲା ନା ଦୁଷ୍କର୍ମ କରାଯାଇ ପଥରଖଣିରେ ଫିଙ୍ଗି ଦିଆଯାଇଥିଲା? ଏହା ଉପରୁ ପରଦା ହଟେଇବାକୁ ସ୍ଥାନୀୟ ଲୋକେ ପୁଲିସ ପାଖରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe