ନିଖୋଜର ୧୦ ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଥୁଆମୂଳ ରାମପୁର: ଭବାନୀପାଟଣା କାଳୀ ମନ୍ଦିର ପଡ଼ାର ଜୟନ୍ତ ବାଗ (୪୦) ନିଖୋଜ ଥିବା ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହେଇଥିଲା। ପରିବାର ସହ ୨୧ ତାରିଖରେ ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମର କାକା ଶ୍ବଶୁର ଘରକୁ ଯାଇଥିଲେ। ୨୨ ତାରିଖ ବୁଲିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ।

ଯାହାକୁ ନେଇ ୨୩ ତାରିଖ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହେଇଥିଲା। ୧୦ ଦିନ ପରେ ନିଖୋଜ ଜୟନ୍ତଙ୍କ ଗଳିତ ଶବ ପୁଲିସ୍ ଉଦ୍ଧାର କରିଛି। ଥୁଆମୂଳ ପଞ୍ଚାୟତ ଅଧୀନ ଡୋଡକାଗୁଡା ନିକଟ ଇନ୍ଦ୍ରାବତୀ ନଦୀରୁ ଶବ ଉଦ୍ଧାର କରାଯାଇଛି। ଥୁଆମୂଳ ରାମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe