ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଜବତ

Advertisment

ହାତରେ କଟାଦାଗ, ବେଡ୍‌ରେ ନିଦ ବଟିକା ଖୋଳ, ଫୋନ୍‌ରୁ ତଥ୍ୟ ଗାଏବ

ହାତରେ କଟାଦାଗ, ବେଡ୍‌ରେ ନିଦ ବଟିକା ଖୋଳ, ଫୋନ୍‌ରୁ ତଥ୍ୟ ଗାଏବ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଭୁବନେଶ୍ବର : ସହିଦନଗର ଥାନା ପୁଲିସ ସ‌ନ୍ଦେହଜନକ ଅବସ୍ଥାରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ମଲ୍‌ ନିକଟ ଏକ ଘରୁ ଜବତ କରିଛି। ସେ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳର ଅନୁରାଗ ଦାସ ଓରଫ ସାଲୁ(୨୫)। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲକୁ ପଠାଇଛି।

ସାଲୁଙ୍କ ମାମୁ ଜୟକୃଷ୍ଣ ଦାସ ଅଭିଯୋଗରେ ଦର୍ଶାଛନ୍ତି ଯେ, ଗତ ୪ ବର୍ଷ ହେବ ସାଲୁ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଥିବା ଏକ ସୋ’ରୁମ୍‌ରେ ଚାକିରି କରୁଥିଲେ। ଗତ ଦୁଇଦିନ ହେବ ସେ କାହାସହ ଯୋଗାଯୋଗ କରିନଥିଲେ। ତେଣୁ ତାଙ୍କ ମା’ ରବିବାର ରାତିରେ ଭୁବନେଶ୍ବରରେ ରହୁଥିବା ବଡ଼ପୁଅକୁ ସାଲୁଙ୍କ ପାଖକୁ ପଠାଇଥିଲେ। ବଡ଼ ପୁଅ ସାଲୁ ରହୁଥିବା ଘରକୁ ଯାଇଥିଲେ। ମାତ୍ର ଉପର ମହଲାରେ କବାଟ ବନ୍ଦକରି ସାଲୁ ଝୁଲିଥିବା ଦେଖିଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା।

ଅପରପକ୍ଷରେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପୁଲିସ ଦ୍ବନ୍ଦ୍ବରେ ପଡ଼ିଛି। ସାଲୁଙ୍କ ହାତରେ କଟା ଦାଗ ରହିଛି। ନିକଟରେ ନିଦ ବଟିକା ଖୋଳ ପଡ଼ିଥିବାରୁ ସେ ଏକାଧିକ ନିଦ ବଟିକା ଖାଇଥିବା ସନ୍ଦେହ କରାଯାଉଛି। ପୁଲିସ ସେହି ଅଞ୍ଚଳରୁ ତାଙ୍କ ଫୋନ୍‌କୁ ଜବତ କରିଛି। ମାତ୍ର ଫୋନ୍‌ରୁ ସମସ୍ତ ତଥ୍ୟ ଡିଲିଟ୍‌ ହୋଇଯାଇଛି। ତେଣୁ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି। ପୁଲିସ ତାଙ୍କ ମୋବଇଲ କଲ୍‌ ଡିଟେଲ୍ସ ଯାଞ୍ଚ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe