ଗାଁ’ରେ ଉତ୍ତେଜନା, ବ୍ୟବଚ୍ଛେଦ ପାଇଁ ପଶ୍ଚିମବଙ୍ଗ ଫେରିଲା ଶବ

Advertisment
ସର୍ପାଘାତରେ ନାବାଳିକା ମୃତ

ସୋର: ସୋର ବ୍ଲକ୍‌ ମାଣିପୁର ପଞ୍ଚାୟତ ଖୁଣ୍ଟା ରାଧାବଲ୍ଲଭପୁର ଗ୍ରାମର ଦିବାକର ପରିଡ଼ା (୩୨) ୧୦ ବର୍ଷ ଧରି ପଶ୍ଚିମବଙ୍ଗର ଭିକାରୀରାମ ମିଠା କମ୍ପାନିରେ ରୋଷେୟା ଭାବେ କାମ କରୁଥିଲେ। ଏପରି ସମୟରେ ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ପରିବାର ଲୋକଙ୍କୁ ଖବର ମିଳିଥିଲା। ଖବର ମିଳିବାର କିଛି ଘଣ୍ଟା ପରେ ଦିବାକରଙ୍କୁ ମିଠା କମ୍ପାନିରେ କାମ କରାଇବା ପାଇଁ ନେଇଯାଇଥିବା ଖୁଣ୍ଟା ରାଧାବଲ୍ଲଭପୁର ଗ୍ରାମର ରମାକାନ୍ତ ପରିଡ଼ା ଥାନାରେ କୌଣସି ଏତଲା ନଦେଇ ମୃତଦେହକୁ ଆମ୍ବୁଲାନ୍‌ସ ଯୋଗେ ଗାଁ ନେଇ ଆସିଥିଲେ। ତେବେ ଥାନାରେ ଅଭିଯୋଗ ନହେବା ଏବଂ ଶବ ବ୍ୟବଚ୍ଛେଦ କରା ନଯିବା ନେଇ ଗାଁ’ରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପରିବାର ଲୋକ ଓ ଗ୍ରାମବାସୀ ଦିବାକରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ଏବଂ ଆମ୍ବୁଲାନ୍‌ସ ସହ ରମାକାନ୍ତଙ୍କୁ ଅଟକାଇ ରଖିଥିଲେ। ଖବର ପାଇ ସୋର ପୁଲିସ ପହଞ୍ଚିଥିଲା। ଘଟଣାର ତଦନ୍ତ କରାଯିବା ସହ ଶବ ପୁଣିଥରେ ପଶ୍ଚିମବଙ୍ଗ ନେଇ ବ୍ୟବଚ୍ଛେଦ କରାଇବା ନେଇ ନିଷ୍ପତ୍ତି ହୋଇଥିଲା। ଫଳରେ ରାତି ୧୨ଟା ବେଳେ ମୃତଦେହ ପଶ୍ଚିମବଙ୍ଗ ଫେରାଇ ନିଆଯାଇଥିଲା। ଶବ ସହ ସୋର ଥାନା ଏଏସ୍‌ଆଇ ନଳିନୀକାନ୍ତ ସାହୁ ଏବଂ କନେଷ୍ଟବଳ ମାନସ ରଂଜନ ପଣ୍ଡାଙ୍କ ସହ ୩ ଜଣ ଗ୍ରାମବାସୀ ପଶ୍ଚିମବଙ୍ଗ ଯାଇଥିଲେ। ଘଟଣା ବାବଦରେ ଟାଙ୍ଗରା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏନେଇ ଏକ ମାମଲା ରୁଜୁ ସହ ଦିବାକରଙ୍କ ଶବ ବ୍ୟବଚ୍ଛେଦ କରାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe