ଶଶୁର ଘର ପଛପଟୁ ଜ୍ବାଇଁ ମୃତଦେହ ଉଦ୍ଧାର

Advertisment
ସର୍ପାଘାତରେ ନାବାଳିକା ମୃତ

ପାଟଣା : ପାଟଣା ଥାନା ଗଣ୍ଡବେଡ଼ା ଗ୍ରାମରେ ଶ୍ୱଶୁର ଘର ପଛପଟୁ ଜୋଇଁର ମୃତଦେହକୁ ବାଉଁଶ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ଜଣକ ଘଟଗାଁ ଥାନା ପାନପୋଶି ଗ୍ରାମର ବିନୋଦ ବେହେରା। ବିନୋଦ ଦୀର୍ଘ ଦିନ ହେବ ଶ୍ୱଶୁର ଘରେ ରହୁଥିଲାବେଳେ ଗତ ୩ ତାରିଖରୁ ନିଖୋଜ ଥିଲେ। ଗତକାଲି ଶ୍ୱଶୁର ଘର ବାଡ଼ି ପଛ ପଟେ ବାଉଁଶ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଲୋକେ ଦେଖିଥିଲେ। ଖବର ପାଇ ପାଟଣା ଥାନା ଏସଆଇ ମନୋରମା ସ୍ୱାଇଁ  ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ଏ ନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe