Image Courtesy of India Today
ସମ୍ବଲପୁର : ଧନୁପାଲି ଥାନା ଗୋପାଲଜୀ ମନ୍ଦିର ପଛ ପାଖରେ ଥିବା ଏକ କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଜୟକୃଷ୍ଣ ନନ୍ଦଙ୍କ ବାରି କୂଆରେ ଉକ୍ତ ମୃତଦେହଟି ପଡ଼ିଥିବା ବେଳେ ସେ ଗୁରୁବାର ସକାଳେ ଦେଖିଥିଲେ ଏବଂ ଏନେଇ ପୁଲିସକୁ ସୂଚନା ଦେଇଥିଲା। ଧନୁପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଥିଲା। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଛି ନା ଅନ୍ୟ କୌଣସି କାରଣରୁ ସେ କୂଅରେ ପଡ଼ିଲେ ତାହା ଜଣାପଡ଼ି ନାହିଁ। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us