ଦୂର ହେଉନି ତ୍ରିଜଙ୍ଗା ବିସ୍ଥାପିତଙ୍କ ଦୁର୍ଦ୍ଦଶା

ଦୂର ହେଉନି ତ୍ରିଜଙ୍ଗା ବିସ୍ଥାପିତଙ୍କ ଦୁର୍ଦ୍ଦଶା

SSRN Papers

ଦାନଗଦୀ: ତ୍ରିଜଙ୍ଗା ବିସ୍ଥାପିତ କଲୋନିର ବିଭିନ୍ନ ସମସ୍ୟାକୁ ନେଇ ବିସ୍ଥାପିତ ପରିବାର ଓ ତ୍ରିଜଙ୍ଗା ପଞ୍ଚାୟତର ନେତୃବୃନ୍ଦ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଆଜି ସ୍ଥାନୀୟ ଆଜାଦ୍ ହିନ୍ଦ୍ କ୍ଲବରେ ଅନୁଷ୍ଠିତ ବୈଠକରେ କଲୋନିର ରାସ୍ତା, ଡ୍ରେନ ଓ ପିଇବା ପାଣି ସମସ୍ୟାକୁ ନେଇ ବାରମ୍ବାର କଲୋନି ଲୋକେ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ସମାଧାନ ହେଉନାହିଁ। ଏହାଦ୍ବାରା ଲୋକମାନେ ନାହିଁ ନ ଥିବା ସମସ୍ୟାରେ ପଡୁଛନ୍ତି। ଏ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ, ଦାନଗଦୀ ବିଡିଓ ଙ୍କୁ ବାରମ୍ବାର ଅବଗତ କରିଥିଲେ ବି କେହି ଦୃଷ୍ଟି ଦେଉନାହାନ୍ତି।

ବିଡିଓ ଙ୍କ କହିବା କଥା ହେଲା ଉକ୍ତ କଲୋନିଟି ଇଡକୋ ଅଧୀନରେ ରହିଛି। ତେଣୁ ସେଠାରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଟଙ୍କା ଦେଇ ହେଉନାହିଁ। ଇଡ୍‌କୋ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଡ୍ରେନ ସବୁ ଭାଙ୍ଗିଯିବାରୁ ବର୍ଜ୍ୟ ଜଳ ନିଷ୍କାସନ ନ ହୋଇ ରାସ୍ତା ଉପରେ ଜମିରହୁଛି। ମଶା ବଂଶ ବିସ୍ତାର କରିବାରେ ଏହା ସହାୟକ ହେଉଛି। ପ୍ରଶାସନ ତୁରନ୍ତ ଇଡକୋ ଅଧିକାରୀଙ୍କ ସହ ଆଲୋଚନ କରି ଏହାର ସମାଧାନ ନ କଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ବୈଠକରେ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe