ଓଲଟିଲା ବରଯାତ୍ରୀ ଗାଡ଼ି, ବର୍ତ୍ତିଲେ ୫

Advertisment
ଓଲଟିଲା ବରଯାତ୍ରୀ ଗାଡ଼ି, ବର୍ତ୍ତିଲେ ୫

Sanskar Network

ବଡ଼ବିଲ: ବଡ଼ବିଲ-ଯୋଡ଼ା ରାସ୍ତାର କାଶିଆଛକ ନିକଟରେ ଖଣିଜ ବୋଝେଇ ଟ୍ରକ୍‌ ପଛପଟୁ ଧକ୍କା ଦେବାରୁ ଏକ ବରଯାତ୍ରୀ ବୋଲେରୋ ଭାରସାମ୍ୟ ହରାଇ ରୋଡ ଡିଭାଇଡର ଉପରେ ଚଢ଼ି ଓଲଟିପଡ଼ିଛି। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ରିବବାର ଅପରାହ୍ନ ପ୍ରାୟ ୩ଟା ସମୟରେ ବଡ଼ବିଲରୁ କେନ୍ଦୁଝର ଆଡ଼କୁ ଏକ ବରଯାତ୍ରୀ ବୋଲେରୋ (ଓଆର୍‌-୦୯-ପି-୯୩୪୮) ଯାଉଥିଲା।

କାଶିଆଛକ ନିକଟରେ ଏକ ଖଣିଜ ବୋଝେଇ ଟ୍ରକ୍‌ (ଜେଏଚ୍‌-୧୦-ଏବି-୫୪୩୬) ପଛପଟୁ ଧକ୍କା ଦେବାରୁ ବୋଲେରୋଟି ରୋଡ୍‌ ଡିଭାଇଡର ଉପରେ ଚଢ଼ି ଓଲଟି ପଡ଼ଥିଲା। ଗାଡ଼ିରେ ବସିଥିବା ବରପିତା ସୁଜିତ କୁମାର ସାହୁ ଓ ପୂଜକଙ୍କ ସମେତ ୫ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଚାଳକ ଫେରାର ହୋଇଯାଇଛି। ପୁଲିସ ଉଭୟ ଗାଡ଼ିକୁ ଜବତ କରିଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe