ପୁଲିସ୍‌ ଗାଡ଼ିରୁ ବ୍ରାଉନ୍‌ସୁଗାର୍‌ ବେପାରୀ ଚମ୍ପଟ୍‌

Advertisment
କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର୍‌ ଜବତ, ଜଣେ ଗିରଫ

ଜଗତସିଂହପୁର : ପାରାଦୀପ ଆଦର୍ଶ ଥାନା ପୁଲିସକୁ ଚକ୍‌ମା ‌ଦେଇ ଜଣେ ବ୍ରାଉନସୁଗାର ବେପାରୀ ଚମ୍ପଟ୍‌ ମାରିଛି। ଫେରାର ଅଭିଯୁକ୍ତ ଜଣକ ହେଲା ଲକ୍‌ପଡ଼ାରେ ରହୁଥିବା ରବି ମଣ୍ଡଳ। ପୁଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ବର୍ତ୍ତମାନ ସୁଦ୍ଧା ତାର ଟେର ପାଇନାହିଁ।

ସୂଚନା ମୁତାବକ, ଲକ୍‌ପଡ଼ାରେ ରହୁଥିବା ରବି ଦୀର୍ଘଦିନ ହେଲା ବ୍ରାଉନସୁଗାର ବେପାର କରୁଥିଲା। ପୁଲିସ ଆଜି ତାକୁ ଗିରଫ କରି କୋର୍ଟଚାଲାଣ ପାଇଁ ନେଉଥିଲା। ପାରାଦୀପ ଲକ୍ ଥାନା ଶନି ମନ୍ଦିର ଛକ ନିକଟରେ ହଠାତ୍ ରବି ଗାଡ଼ିରୁ ଡେଇଁ ଫେରାର ହୋଇଯାଇଥିଲା। ପୁଲିସ ତା’ର ପିଛା କରିଥିଲେ ମଧ୍ୟ ସେ ଗାଁ ମଧ୍ୟରେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛି। ଫଳରେ ଉପାୟ ନ ପାଇ କୋର୍ଟଚାଲାଣ କରିବାକୁ ଯାଉଥିବା ପୁଲିସ ଅଧିକାରୀ ଜଣକ ଇନସପେକ୍ଟରଙ୍କୁ ଅବଗତ କରିଥିଲେ। ଏହାପରେ ପାରାଦୀପ ଆଦର୍ଶ ଥାନା, ଲକ୍ ଥାନା ଓ ଅଭୟଚାନ୍ଦପୁର ଥାନା ମିଳିତ ଭାବେ ରବିକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଅନ୍ୟପଟେ ଏହି ମାମଲା ଜାଣିବା ପରେ ଏସ୍‌ପି ତୁରନ୍ତ ରବିକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ରବିକୁ କୋର୍ଟ ଚାଲାଣ କରିବାକୁ ନେଉଥିବା ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନେଇଥିଲା ନା ନାହିଁ ତାହା ଚର୍ଚ୍ଚାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe