ପ୍ଲଟ ଦେବା ନାଁରେ ୨୦ ଲକ୍ଷ ଠକି ନେଲା ବିଲ୍‌ଡର

Advertisment
ପ୍ଲଟ ଦେବା ନାଁରେ ୨୦ ଲକ୍ଷ ଠକି ନେଲା ବିଲ୍‌ଡର

Mint

ରାଉରକେଲା: ପ୍ଲଟ ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକିନେଲା ଭୁବନେଶ୍ବର ଜଣେ ବିଲ୍‌ଡର। ଏମିତି ଠକାମିରେ ଶିକାର ହୋଇଛନ୍ତି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଅବସରପ୍ରାପ୍ତ କର୍ମଚାରୀ ଅର୍ଜୁନ ଚନ୍ଦ୍ର ସାହୁ। ନ୍ୟାୟ ପାଇଁ ସେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଅର୍ଜୁନଙ୍କ ମାମଲାର ଶୁଣାଣୀ କରି ବିଲ୍‌ଡରଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲେ। ମାତ୍ର ସମ୍ପୃକ୍ତ ଥାନା କୋର୍ଟଙ୍କ ନିର୍ଦ୍ଦେଶ ସତ୍ବେ ବିଲ୍‌ଡରଙ୍କୁ ଗିରଫ କରିନଥିଲେ। ବରଂ ତାଙ୍କୁ ସୁରକ୍ଷା ଦେଇଥିଲେ। ଏମିତି ଅଭିଯୋଗ ଆଣିଛନ୍ତି ଅର୍ଜୁନ ଚନ୍ଦ୍ର ସାହୁ।

ସମ୍ପୃକ୍ତ ବିଲ୍‌ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଟଙ୍କାର ୨୦ ଲକ୍ଷ ଟଙ୍କା ଫେରାଇ ଦେବାକୁ ସେ ରାଜ୍ୟପାଳଙ୍କୁ ‌ଚିଠି ଲେଖିଛନ୍ତି। ତାଙ୍କୁ ଭୁବନେଶ୍ବର ପୁଲିସ କମିସନରଙ୍କ ପକ୍ଷରୁ ନ୍ୟାୟ ନ ମିଳେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ ବୋଲି ଚିଠିରେ ଦର୍ଶାଇଛନ୍ତି। ଛେଣ୍ଡ କଲୋନିର ଇ-୧୧୭ରେ ପରିବାର ସହ ରହନ୍ତି ଅର୍ଜୁନ ଚନ୍ଦ୍ର ସାହୁ।

ସେ ଆର୍‌ଏସ୍‌ପିର ଏସ୍‌ଏସ୍‌ଏମ୍‌ (ଓ) ବିଭାଗରେ କାର୍ଯ୍ୟ କରୁଥିଲେ। ଗତ ୨୦୦୯ରେ ଚାକିରିରୁ ଅବସର ନେଇଥିଲେ। ତାଙ୍କର  ରାଉରକେଲାରେ କୌଣସି ଘର ନଥିବାରୁ ଭୁବନେଶ୍ବର ଗଣପତି ଇଷ୍ଟକନ୍‌ ପ୍ରାଇଭେଟ୍‌ ଲିମିଟେଡ ନାମକ ବିଲ୍‌ଡିର ସଂସ୍ଥା ସହ ଯୋଗାଯୋଗ କରିଥିଲେ। ବିଳ୍‌ଡର ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଚିନ୍ମୟ କୁମାର ଦାସ ତାଙ୍କୁ  ମହାନଦୀବିହାର ନିକଟରେ ୨୦୦୦ ବର୍ଗଫୁଟର ପ୍ଲଟ ଦେବାକୁ କହିଥିଲେ। ଏ ବାବଦରେ ଅର୍ଜୁନ ବିଲ୍‌ଡିରଙ୍କ ଆକାଉଣ୍ଟରେ ୨୦ ଲକ୍ଷ ଟଙ୍କା ଜମା କରିଥିଲେ। ଏଥିସହ ଅନ୍ୟାନ୍ୟ ବାବଦ ଖର୍ଚ୍ଚ ମଧ୍ୟ ଜମା କରିଥିଲେ। ପରବର୍ତ୍ତୀ ସମୟରେ ବିଲ୍‌ଡର ତାଙ୍କୁ ପ୍ଲଟ ଦେଇ ନଥିଲେ। ବିଭିନ୍ନ ଆଳ ଦେଖାଇ ମାସ ମାସ ଧରି ସମୟ ଗଡାଇ ଚାଲିଥିଲେ। ଏବେ ଅର୍ଜୁନ କ୍ୟାନସର ରୋଗରେ ପୀଡିତ। ବୁଢ଼ା ବୟସରେ ରୋଜଗାର ପନ୍ଥା ନଥିବାରୁ ଅତି ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe