ଅର୍ଜୁନଙ୍କୁ ଖୋଜୁଛି ଷଣ୍ଢ

Advertisment
ଅର୍ଜୁନଙ୍କୁ ଖୋଜୁଛି ଷଣ୍ଢ

ଇବ୍‌ଥର୍ମାଲ: ପଶୁ ଓ ମଣିଷ ଭିତରେ ଅନ୍ତରଙ୍ଗ ସଂପର୍କ ଯୁଗ ଯୁଗ ଧରି ରହି ଆସିଛି। ନିଜର ଅନ୍ତରଙ୍ଗ ମାଳିକକୁ ଖୋଜି ନ ପାଇ ଏକ ଷଣ୍ଢ ବିବ୍ରତ ହେବାର ଦୃଶ୍ୟ ଦେଖିବାକୁ ମିଳିଛି ତେଲେନପାଲି ଗାଁରେ।
ସୂଚନା ଅନୁସାରେ, ଅର୍ଜୁନ ଶିକାରୀ ଏକ ଷଣ୍ଢ ଧରି ଗୁଁ ଗୁଁ ନାଦିଆ ଜରିଆରେ ଭିକ୍ଷା ବୃତ୍ତି କରି ଚଳୁଥିଲେ।

କିଛି ଦିନ ତଳେ ଅର୍ଜୁନ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ପ୍ରଥମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେ ବନ୍ଧବାହାଲସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ। ଫଳରେ ଷଣ୍ଢଟି ନିଜ ପ୍ରିୟ ମାଲିକଙ୍କୁ ଖୋଜି ବୁଲୁଥିଲା। ମାଲିକଙ୍କୁ ନ ପାଇ ଗଛମୂଳରେ ପଡ଼ି ରହୁଥିଲା। ଖାଇବା ପିଇବା ବି ଛାଡ଼ି ଦେଇଥିଲା। ତେବେ ଶନିବାର ଅର୍ଜୁନଙ୍କ ମୃତ୍ୟୁ ହୋଇଯାଇଛି। ଷଣ୍ଢଟି ଏକଥା ଜାଣି ପାରୁନି। ଖୋଜିଲା ଆଖିରେ ଚାରିଆଡ଼କୁ ଚାହିଁ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe