ଆମ୍ବୁଲାନ୍‌ସକୁ ଧକ୍କା ଦେଇ ଓଲଟିଲା ବସ୍‌: ୮ କଲେଜ ଛାତ୍ରୀଙ୍କ ସହିତ ୨୫ ଆହତ

Advertisment
ଆମ୍ବୁଲାନ୍‌ସକୁ ଧକ୍କା ଦେଇ ଓଲଟିଲା ବସ୍‌: ୮ କଲେଜ ଛାତ୍ରୀଙ୍କ ସହିତ ୨୫ ଆହତ

ଭଦ୍ରକ/ଆଗରପଡା/ଗଣିଜାଙ୍ଗ: ଭଦ୍ରକ-ଆଗରପଡା ରାସ୍ତାର ରାଇମଣି ନିକଟ ଅରଞ୍ଜି ଛକରେ ଆଜି ଅପରାହ୍‌ଣ ସାଢେ ୩ଟା ବେଳେ ଏକ ଘରୋଇ ଯାତ୍ରୀବାହୀ ବସ୍ ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟି ପଡ଼ିବା ଫଳରେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବରପଦାସ୍ଥିତ କେ.କେ.ଆର୍‌ ମହିଳା ମହାବିଦ୍ୟାଳୟର ୮ ଜଣ କଲେଜ ଛାତ୍ରୀ ଅଛନ୍ତି। ଗୁରୁବାର ଅପରାହ୍‌ଣରେ ଭଦ୍ରକରୁ ୨୫ ଜଣ ଯାତ୍ରୀଙ୍କୁ ନେଇ ଆଗରପଡା ଅଭିମୁଖେ ଯାଉଥିଲା କ୍ରିଷ୍ଣା ବସ୍‌।

ଅରଞ୍ଜି ଛକରେ ଆଗରପଡାରୁ ରୋଗୀ ନେଇ ଭଦ୍ରକ ଆସୁଥିବା ଆମ୍ବୁଲାନ୍‌ସକୁ ଧକ୍କା ଦେଇ ବସ୍‌ଟି ରାସ୍ତାକଡ଼ ବିଲ ଭିତରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଆମ୍ବୁଲାନ୍‌ସଟି ରାସ୍ତା ତଳକୁ ଖସି ଯାଇଥିଲେ ମଧ୍ୟ ସେଥିରେ ଥିବା ରୋଗୀ କିମ୍ବା ଅନ୍ୟ କାହାର କିଛି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ବସ୍ ଭିତରୁ ଉଦ୍ଧାର କରି ନିକଟସ୍ଥ ବରପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ କିଛି ଯାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ବିଧା‌ୟକ ସଞ୍ଜୀବ ମଲ୍ଲିକ ଓ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା ଡାକ୍ତରଖାନାରେ ପହଞ୍ଚି ‌ଆହତମାନଙ୍କର ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe