ଦୁଇଛୁଆ ସହ ବାଘୁଣୀ ଦେଖାଯିବା ଘଟଣା: ଚିହ୍ନଟ କରିବାକୁ ଲାଗିଲା କ୍ୟା‌ମେରା

ବନ୍ୟଜନ୍ତୁଙ୍କ ସହ ଫଟୋ ଉଠାଇଲେ ଜେଲ୍‌: ଧରାପଡ଼ିଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ସୁନାବେଡ଼ା ଅଭୟାରଣ୍ୟର ଜାମଗାଁସ୍ଥିତ ସିଆର୍‌ପିଏପ୍‌ ଶିବିର ନିକଟରେ ଶନିବାର ରାତିରେ ଦୁଇଛୁଆ ସହ ବାଘୁଣୀ ରାସ୍ତା ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ହେଲେ, ଭିଜୁଆଲ୍‌ ସ୍ପଷ୍ଟ ନଥିବାରୁ ଏହା ମହାବଳ କି କଲରାପତରିଆ ଜଣାପଡ଼ି ନାହିଁ। ତେଣୁ ଏହାକୁ ଚିହ୍ନଟ କରିବା ପାଇଁ ୩ଟି ସ୍ଥାନରେ ବନ ବିଭାଗ ଟ୍ରାପ୍‌ କ୍ୟାମେରା ଲଗାଇଥିବା ସୂଚନା ମିଳିଛି। କୋମନା ରେଞ୍ଜର ଶିବ ପ୍ରସାଦ ଖମାରୀ ମହାବଳ ବାଘ ଓ ତାର ୨ଟି ଛୁଆ ବୋଲି ସୂଚନା ଦେଇଥିବାରୁ ବିଭାଗ ପକ୍ଷରୁ ଉକ୍ତ ସ୍ଥାନର ଆଖପାଖରେ ଉକ୍ତ ୩ଟି କ୍ୟାମରା ଲଗାଯାଇଛି।

ପ୍ରକାଶ ଯେ ଶନିବାର ରାତି ୧୨ଟି ସମୟରେ ଜାମଗାଁ ସିଆର୍‌ପିଏଫ୍‌ କ୍ୟାମ୍ପ ଠାରୁ ମାତ୍ର ୩ ଶହ ମିଟର ଦୂରରେ ଦୁଇଛୁଆ ସହ ବାଘୁଣୀ ରାସ୍ତା ଅତିକ୍ରମ କରୁଥିବା ଯବାନମାନେ ଦେଖିଥିଲେ। ସେମାନେ ତୁରନ୍ତ ମୋବାଇଲ ଫୋନ୍‌ କ୍ୟାମରାରେ ବାଘ ଓ ୨ ଛୁଆର ଭିଡିଓ ରେକର୍ଡ କରିଥିଲେ। ଏଥିସହ, ତୁରନ୍ତ ବନବିଭାଗକୁ ମଧ୍ୟ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବାଘର ଗତିବିଧି ଉପରେ ନଜର ରଖିବାକୁ ପଦକ୍ଷେପ ନେଇଥିଲେ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ମାସରେ ଅଭୟାରଣ୍ୟରେ ମହାବଳ ବାଘର ପାଦଚିହ୍ନ ବନବିଭାଗ ଦେଖିବାକୁ ପାଇଥିଲା। ପରେ ସୁନାବେଡ଼ା  ଅଭୟାରଣ୍ୟର ଜଳମଡ଼େଇଠାରେ ଜଣେ ବୃଦ୍ଧାକୁ କଲରାପତରିଆ ବାଘ ମାରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe