ଆରମ୍ଭ ହେଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ: ମିସ୍‌ଡ କଲ୍‌ ସଦସ୍ୟତା ଅଭିଯାନକୁ ସମାଲୋଚନା

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ଆଜିଠାରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଏହା ଦୁଇମାସ ଧରି ଚାଲିବ। ଦଳର ସଭାପତି ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀରୁ ପ୍ରଥମ ସଦସ୍ୟ ହୋଇଥିଲେ।

ssfsfsff

ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ଆଜିଠାରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଏହା ଦୁଇମାସ ଧରି ଚାଲିବ। ଦଳର ସଭାପତି ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀରୁ ପ୍ରଥମ ସଦସ୍ୟ ହୋଇଥିଲେ। ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କୁ ପ୍ରଥମ ସଭ୍ୟ ଭାବେ ପଞ୍ଜୀକୃତ କରିଥିଲେ। 

ଏକାମ୍ର ନିର୍ବାଚନମଣ୍ଡଳୀରୁ ଦଳର ପ୍ରଥମ ସଦସ୍ୟ ହେଲେ ନବୀନ
ମିସ୍‌ଡ କଲ୍‌ ସଦସ୍ୟତା ଅଭିଯାନକୁ ସମାଲୋଚନା

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ମୁଁ ଚାହେଁ,  ଆମ ଦଳର ସକ୍ରିୟ ସଭ୍ୟମାନେ ପ୍ରତି ଘରକୁ ଯାଆନ୍ତୁ। ଆମ ଦଳର ଆଦର୍ଶ, ଦଳର କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ବୁଝାନ୍ତୁ। ଲୋକଙ୍କ ମତ ନେଇ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ଅନ୍‌ଲାଇନ୍ ଜରିଆରେ ଦଳରେ ସାମିଲ ହେବା ପାଇଁ ସେ ନିମନ୍ତ୍ରଣ ଜଣାଇଥିଲେ। ବିଜେପି ପକ୍ଷରୁ ମିସ୍‌ଡ କଲ୍‌ କରି କରାଯାଇଥିବା ସଭ୍ୟ ସଂଗ୍ରହ ଅଭିଯାନକୁ ନାପସନ୍ଦ କରି ଶ୍ରୀ ପଟ୍ଟନାୟକ କହିଥିଲେ, ମିସ୍‌ଡ କଲ୍‌ ଦ୍ବାରା ସଦସ୍ୟତା ପଞ୍ଜୀକୃତ ହୋଇପାରେ। କିନ୍ତୁ ବିଜେଡି ସେସବୁ ଠାରୁ ବହୁ ଦୂରରେ। ସେବା, ସ୍ୱାଭିମାନ ଓ ସଂଗ୍ରାମ ଆମର ଆଦର୍ଶ। ଓଡ଼ିଶାବାସୀଙ୍କ ସେବା, ଓଡ଼ିଆ ଜାତିର ସ୍ୱାଭିମାନର ସୁରକ୍ଷା ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ, ଆମର ପ୍ରିୟ ବିଜୁ ବାବୁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରି ଯାଇଛନ୍ତି। ଆମ ସମସ୍ତଙ୍କ ପାଇଁ ବିଜୁ ବାବୁ ହେଉଛନ୍ତି ପ୍ରେରଣା। ବିଜେଡି ସରକାର ସମୟରେ ହୋଇଥିବା ଯୋଜନା ଅନ୍ୟମାନଙ୍କ ପାଇଁ ମଡେଲ୍‌ ହୋଇଛି। ଭୋଟ ବ୍ୟାଙ୍କ ସୃଷ୍ଟି କରିବା କେବେ ବି ବିଜେଡି ସରକାରର ଲକ୍ଷ୍ୟ ନଥିଲା। ତାଙ୍କ ସରକାର ସମୟରେ ଆରମ୍ଭ ହୋଇଥିବା ବିକାଶ ଓ କଲ୍ୟାଣ ଯୋଜନାରୁ ଓଡ଼ିଶାବାସୀଙ୍କୁ କେହି ବଞ୍ଚିତ କରିପାରିବ ନାହିଁ। 

ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଭ୍ୟ ସଂଗ୍ରହ କମିଟିର ମୁଖ୍ୟ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ। ଭିଡିଓ କନ୍‌ଫରେନ୍ସିଂ ଯୋଗେ ରାଜ୍ୟର ୩୩ଟି ସାଂଗଠନିକ ଜିଲ୍ଲାର ହଜାର ହଜାର କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe