ରାସ୍ତା ମଝିରେ ଜଳିଗଲା କାର

Advertisment
ରାସ୍ତା ମଝିରେ ଜଳିଗଲା କାର

ପଦ୍ମପୁର : କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ସମ୍ମୁଖ ୪୯ ନମ୍ବର ଜାତୀୟ ରାଜପଥରେ ସଟ୍ ସର୍କିଟ ଯୋଗୁଁ ରାସ୍ତା ମଝିରେ ଏକ ମାରୁତି ଅଲଟୋ କାର୍‌ ଜଳିଯାଇଛି। ଏକ ଘରୋଇ ଫାଇନାନ୍ସ କମ୍ପାନିର କିଛି ଲୋକ ଏହି କାର୍‌ଟିକୁ ସିଜ୍ କରି ନେଇ ଯାଉଥିବାବେଳେ କାର୍‌ରେ ନିଆଁ ଲାଗିଯାଇଥିଲା। କାର୍‌ଟିକୁ ନେଇ ଯାଉଥିବା ଲୋକମାନେ ପ୍ରଥମେ ଏକ ପାଣି ଟ୍ୟାଙ୍କର ମାଧ୍ୟମରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ବିଫଳ ହୋଇଥିଲେ। ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ଗାଡ଼ିଟି ପ୍ରାୟ ୯୦ ଭାଗ ପୋଡ଼ି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe