ଭାରସାମ୍ୟ ହରାଇ ନାଳକୁ ଖସିଲା କାର୍‌

ଭାରସାମ୍ୟ ହରାଇ ନାଳକୁ ଖସିଲା କାର୍‌

ଗାନ୍ଧିଛକ: ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଜୁଣବଳଦା ନିରୋଜ କମ୍ପାନି ସମ୍ମୁଖରେ ଜଣେ ବୃଦ୍ଧଙ୍କୁ ବଞ୍ଚାଇବାକୁ ଯାଇ ଏକ କାର ନାଳକୁ ଖସିପଡ଼ିଛି। ରବିବାର ପୂର୍ବାହ୍ନରେ ଭୋଗରାଇ ଅଞ୍ଚଳର ସୁଦର୍ଶନ ଦାସ (୭୬) ସାଇକେଲ ଯୋଗେ ରାଜଘାଟରୁ ଗୁଡିଖାଳ ପଟକୁ ଆସିବା ପାଇଁ ରାସ୍ତା ପାର୍‌ ହେଉଥିଲେ।

ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା କାର୍‌ ଭାରସାମ୍ୟ ହରାଇ ସାଇକେଲ ଆରୋହୀ ସୁଦର୍ଶନଙ୍କୁ ଧକ୍କା ଦେଇ ନାଳକୁ ଖସିପଡ଼ିଥିଲା। ସ୍ଥାନୀୟ ଲୋକେ ସୁଦର୍ଶନଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। କାରରେ ବସିଥିବା ସମସ୍ତ ୪ ଜଣ ଯାତ୍ରୀ ସୁରକ୍ଷିତ ଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe