ପୋଖରୀକୁ ପଶିଗଲା କାର୍‌: ଗୁରୁତର ମହିଳାଙ୍କୁ ଉଦ୍ଧାର କ‌ଲା ଦମକଳ ବାହିନୀ

ପୋଖରୀକୁ ପଶିଗଲା କାର୍‌: ଗୁରୁତର ମହିଳାଙ୍କୁ ଉଦ୍ଧାର କ‌ଲା ଦମକଳ ବାହିନୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଛତାମଖନା ନିକଟସ୍ଥ ଜାମସର୍ ରାସ୍ତା ପାର୍ଶ୍ବରେ ଥିବା ଏକ ପୋଖରୀକୁ ସୋମବାର ରାତିରେ ନିୟନ୍ତ୍ରଣ ହରାଇ କାର୍‌ ପଶି ଯାଇଛି। କାର୍‌ ଭିତରୁ ବାହାରି କୌଶଳକ୍ରମେ ସ୍ବାମୀ ପ୍ରଥମେ ବାହାରି ଆସିଥିଲେ। ରାତି ସାଢ଼େ ୧୧ଟାରେ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଚିକିତ୍ସା ପାଇଁ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନିଆଯାଇଛି।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ବୁଢ଼ୀପଦର ପଞ୍ଚାୟତ ଘୁଷୁରମୁଣ୍ଡା ଗ୍ରାମର ମୁନ୍ନା ସାହୁ ଏବଂ ତାଙ୍କ ପତ୍ନୀ ସୋମବାର କ‌ାର୍‌ ଯୋଗେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆସିଥିଲେ। କାମ ସାରି ଘରକୁ ଫେରୁଥିବା ସମୟରେ ରାତି ପ୍ରାୟ ୮ଟାରେ ଜାମସର ରାସ୍ତା ପାର୍ଶ୍ବର ଉକ୍ତ ପୋଖରୀକୁ କାର୍‌ଟି ନିୟନ୍ତ୍ରଣ ହରାଇ ପଶି ଯାଇଥିଲା। କୌଣସି ପ୍ରକାରେ ମୁନ୍ନା ଗାଡ଼ି ଭିତରୁ ବାହାରି ଆସିଥିଲେ। ପୋଖରୀ କଡ଼ରେ ବସି ସେ କାନ୍ଦି କାନ୍ଦି ଲୋକଙ୍କୁ ଡାକିଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ। ରାତି ୧୦ଟା ବେଳେ ପାଣି ଭିତରେ ଗାଡ଼ିକୁ ଠାବ କରାଯାଇଥିଲା। ରାତି ସାଢ଼େ ୧୧ଟାରେ ମହିଳାଙ୍କୁ କାର୍‌ ଭିତରୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe