ସାର୍ତ୍ତୋଳରେ ମାଲଗାଡ଼ି ଇଞ୍ଜିନରୁ ଅଲଗା ହେଇଗଲା ବଗି

Advertisment

୩ ଘଣ୍ଟା ଲେଭଲ୍ କ୍ରସିଂ ଫାଟକ ବନ୍ଦ; ଗାଡ଼ି ଚଳାଚଳ ବ୍ୟାହତ

୩ ଘଣ୍ଟା ଲେଭଲ୍ କ୍ରସିଂ ଫାଟକ ବନ୍ଦ; ଗାଡ଼ି ଚଳାଚଳ ବ୍ୟାହତ

ସାର୍ତ୍ତୋଳରେ ମାଲଗାଡ଼ି ଇଞ୍ଜିନରୁ ଅଲଗା ହେଇଗଲା ବଗି

କଟକ-ବିଦ୍ୟାଧରପୁର : କଟକ-ପାରାଦୀପ ରେଳ ଲାଇନ୍‌ର ସାର୍ତ୍ତୋଳ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ଏଥିରେ କୌଣସି ଧନଜୀବନ ହାନି ହୋଇ ନଥିଲେ ବି ଅଘଟଣ ପରେ ଲେଭଲ୍ କ୍ରସିଂ ଫାଟକ ୩ ଘଣ୍ଟାରୁ ଅଧିକ ସମୟ ପଡ଼ି ରହିବାରୁ ଗାଡ଼ି ଚଳାଚଳ ଓ ଲୋକଙ୍କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ କଟକରୁ ପାରାଦୀପ ଆଡ଼କୁ ଯାଉଥିବା ମାଲବାହୀ ଟ୍ରେନର ପ୍ରାୟ ୧୦ଟି ବଗି ସାର୍ତ୍ତୋଳ ରେଳବାଇ ଫାଟକ ନିକଟରେ ଇଞ୍ଜିନ ଠାରୁ ଅଲଗା ହୋଇ ଯାଇଥିଲା। ଏ ସଂପର୍କରେ ଖବରପାଇ ରେଳବାଇ କର୍ମଚାରୀ ମାନେ ଆଗକୁ ଚାଲି ଯାଇଥିବା ଇଞ୍ଜିନକୁ ପଛକୁ ଆଣି ବଗି ସହିତ ଯୋଡିବା ପରେ ମାଲଗାଡି ଗନ୍ତବ୍ୟ ସ୍ଥଳକୁ ଯାଇଥିଲା। କଟକ ଷ୍ଟେସନ ମ୍ୟାନେଜର ସୁମିତ ମୁଖାର୍ଜୀ କିନ୍ତୁ ବଗି ଅଲଗା ଘଟଣାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ରେଳ ଲାଇନରେ ଗୋରୁଗାଈ ଶୋଇ ଥିବାରୁ ଟ୍ରେନ ୧ ଘଣ୍ଟା ବିଳମ୍ବ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe