ପୁରୀ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ

ପୁରୀ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ

କଟକ-ବିଦ୍ୟାଧରପୁର: ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ରାମନବମୀରେ ଶ୍ରୀଜିଉଙ୍କ ରଥକାଠ ଚିରଟ ଅନୁକୂଳ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ପୁରୀ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ନୀତି ପ୍ରଶାସକ ରବୀନ୍ଦ୍ର କୁମାର ଦାଶ, ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବୀନ୍ଦ୍ର ଭୋଇ, ଜେଟିପି ବେଣୁଧର ମହାରଣା, ୱାର୍କ ସରକାର ଅନାଦି ସ୍ବାଇଁ ପ୍ରମୁଖ ଅପରାହ୍ଣ ସାଢ଼େ ୩ଟାରେ ଖପୁରିଆ କରତକଳରେ ପହଞ୍ଚି ଥିଲେ। ନୂଆପଡ଼ା ଜୟ ଜଗନ୍ନାଥ ସଙ୍କୀର୍ତ୍ତନ ମଣ୍ଡଳୀ ସଦସ୍ୟମାନେ ପାଛୋଟି ନେଇଥିଲେ। ଖପୁରିଆ ଉପଖଣ୍ଡ ପରିଚାଳକ ଅଶୋକ କୁମାର କରଙ୍କ ତତ୍ତ୍ୱାବଧାନରେ ରଥ ଅମିନ ଲକ୍ଷ୍ମଣ ମହାପାତ୍ର ୩ଟି ଧଉରା କାଠରେ ଆଜ୍ଞାମାଳ ରଖି ଚିରଟ ଅନୁକୂଳ କରିଥିଲେ। ଏଠାରେ ୯ ହଜାର ପାଞ୍ଚଶହ ଘନଫୁଟ୍‌ କାଠ ମହାପ୍ରଭୁଙ୍କ ରଥ ପାଇଁ ଚିରଟ ହେବ ବୋଲି କରତକଳ ସୁପରଭାଇଜର୍‌ ଶରତ ପାଇକରାୟ, ତ୍ରିନାଥ ସୁବୁଦ୍ଧି, ଭାଗ୍ୟଧର ଦାସ, ସରୋଜ ମହାନ୍ତି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରେଞ୍ଜର୍‌ ରଶ୍ମୀରେଖା ପରିଡ଼ା, ଫରେଷ୍ଟର୍‌ ବନଜା ମହାପାତ୍ର, ସୂର୍ଯ୍ୟକାନ୍ତ ସାହୁ, ଭାସ୍କର ଚନ୍ଦ୍ର ମହାରଣା, ୫୦ନଂ ୱାର୍ଡ କର୍ପୋରେଟର୍‌ ସନ୍ତୋଷ କୁମାର ଭୋଳ ସମସ୍ତଙ୍କୁ ସମ୍ମାନିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe