ଜିଏସ୍‌ଟି ଅଧିକାରୀଙ୍କୁ କାର୍ଯ୍ୟରେ ବାଧା ଅଭିଯୋଗ: ବିଧାୟିକାଙ୍କ ବିରୋଧରେ ମାମଲା ରୁଜୁ

Advertisment
ଜିଏସ୍‌ଟି ଅଧିକାରୀଙ୍କୁ କାର୍ଯ୍ୟରେ ବାଧା ଅଭିଯୋଗ: ବିଧାୟିକାଙ୍କ ବିରୋଧରେ  ମାମଲା ରୁଜୁ

Facebook

ବରଗଡ଼ : ଜିଏସ୍‌ଟି ଅଧିକାରୀଙ୍କ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ସମେତ ପାଇକମାଳର ଗୋବର୍ଦ୍ଧନ ଅଗ୍ରୱାଲ, ନିଖିଲ ଅଗ୍ରୱାଲ ଏବଂ ତାରାମଣିଦେବୀ ଅଗ୍ରୱାଲଙ୍କ ବିରୋଧରେ ପାଇକମାଳ ଥାନାରେ ମାମଲା ରୁଜୁ ହୋଇଛି। ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି ବିଭାଗର ଅଧିକାରୀ ଆଶିଷ ଦାଶଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ ହୋଇଛି।

ଅଭିଯୋଗରେ ଦର୍ଶାଯାଇଛି ଯେ, ଅଧିକାରୀ ଶ୍ରୀ ଦାଶ ଏବଂ ଅନ୍ୟ ମହିଳା ଅଧିକାରୀ ସୁଜାତା ମହାନ୍ତି ପାଇକମାଳ ସାଇମନ୍ଦିର ନିକଟସ୍ଥ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ପହଂଚିଥିଲେ। ଘରେ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ସ୍ତ୍ରୀ ତାରାମଣିଦେବୀ ଉପସ୍ଥିତ ଥିଲେ। ଅଧିକାରୀମାନେ ନିଜ ପରିଚୟ ଦେଇ ତଲାସି ପାଇଁ କାଗଜପତ୍ର ଦେଖାଇଥିଲେ। କିନ୍ତୁ ଚଢ଼ଉ ହେବା ବେଳେ ବିଧାୟିକା କୁସୁମ  ଟେଟେଙ୍କ ସମେତ ଅନ୍ୟ କର୍ମକର୍ତା ସେଠାରେ ରାତି ସାଢ଼େ ୧୦ଟା ପାଖାପାଖି ଧସେଇ ପହଂଚିଥିଲେ। ଅଧିକାରୀମାନଙ୍କ ଠାରୁ ଜବତ କାଗଜପତ୍ର ଛଡ଼ାଇ ନେଇଥିଲେ। ଏପରିକି ଆଶାଳୀନ ମନ୍ତବ୍ୟ ଦେଇ ଗାଳିଗୁଲଜ କରିଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe