ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପାଚେରି ନିର୍ମାଣ ମାମଲା: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପାଚେରି ନିର୍ମାଣ ମାମଲା: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

Image Courtesy of Mint

କଟକ: ପୁରୀ ଶ୍ରୀମନ୍ଦିରର ମେଘନାଦ ପାଚେରି ବାହାରେ ଏକ ପାଚେରି ନିର୍ମାଣ କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପରେ ଯେଉଁ ସବୁ ନିର୍ମାଣ ପ୍ରସଂଗରେ ଉଲ୍ଲେଖ ରହିଛି ସେଥି ମଧ୍ୟରେ ଏପରି ପାଚେରି ନିର୍ମାଣ କଥା ନାହିଁ। ତେଣୁ ବିନା ଆଇନଗତ ଅନୁମତିରେ ଏପରି ପାଚେରି ନିର୍ମାଣ କରାଯାଉଛି ବୋଲି ଦର୍ଶାଇ ଦାୟର ଜନସ୍ବାର୍ଥ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଏଥି ସହିତ ମାମଲା ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ବରାଳଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ନ୍ୟାସନାଲ ମନୁମେଣ୍ଟ ଅଥରିଟି (ଏନଏମଏ) ପକ୍ଷରୁ ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା ଯେ ଆନସିଆଣ୍ଟ ମନୁମେଣ୍ଟ ଆଣ୍ଡ୍ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ, ୧୯୫୮ ଅନୁସାରେ ଆବେଦନରେ ଉଲ୍ଲେଖ କରାଯାଇଥିବା ନିର୍ମାଣ ନିଷେଧ କରାଯାଇଥିବା ନିର୍ମାଣ ତାଲିକାଭୁକ୍ତ ନୁହେଁ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ପରିକ୍ରମା ପ୍ରକଳ୍ପ ଅଧିନରେ ହେଉଥିବା ନିର୍ମାଣ କାର୍ଯ୍ୟ ତାଲିକାରେ ଏପରି ପାଚେରି ନିର୍ମାଣ କଥା କେଉଁଠି ବି ଉଲ୍ଲେଖ ନାହିଁ। ଏଭଳି ସ୍ଥିତିରେ ନିଷିଦ୍ଧାଞ୍ଚଳରେ ମେଘନାଦ ପାଚେରି ପାଖରେ ଏପରି ପାଚେରି ନିର୍ମାଣ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଅନ୍ୟପକ୍ଷରେ ହାଇକୋର୍ଟ ଏନଏମଏର ସତ୍ୟପାଠରେ ପ୍ରଦାନ କରାଯାଇଥିବା ତଥ୍ୟକୁ ବିଚାରକୁ ନେଇ ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଓ ବିନ୍ଦୁସାର ସୁବୁଦ୍ଧି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe