ନାବାଳିକାଙ୍କୁ ଅସଦାଚରଣ ମାମଲା, ଅଭିଯୁକ୍ତକୁ ୧୨ ବର୍ଷ ଜେଲ

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ଝାରସୁଗୁଡ଼ା: ଜଣେ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗରେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ ଜଜ୍ ମଦନଲାଲ ଖେଡ଼ିଆ ଅଭିଯୁକ୍ତ ରିଙ୍କୁ ମଗର (୨୭)କୁ ଦୋଷୀ ସାବ୍ୟସ୍ତ କରି ୧୨ ବର୍ଷ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି। ମାମଲା ପରିଚାଳନା କରୁଥିବା ସରକାରୀ

ଓକିଲ ପୃଥ୍ବୀରାଜ ସିଂହଦେଓଙ୍କ ସୂଚନାନୁସାରେ ଗତ ୧୭.୨.୨୦୧୫ ତାରିଖ ଅପରାହ୍‌ଣ ୨ଟାରେ ଜଣେ ୧୨ ବର୍ଷର ନାବାଳିକା ତାଙ୍କ ଭାଇ ସହିତ ନଳକୂଅରେ ଗାଧୋଉଥିବା ବେଳେ ସରବାହାଲ ହରିଜନ ପଡ଼ାର ରିଙ୍କୁ ମଗର ନାବାଳିକାଙ୍କୁ ନିକଟରେ ଥିବା ଏକ ପଡ଼ିଆକୁ ନେଇ ସେଠାରେ ଅସଦାଚରଣ କରିଥିଲା। ଏ ନେଇ ନାବଳିକାଙ୍କ ଭାଇ ଘରେ କହିବା ପରେ ପରିବାର ଲୋକ ସେଠାରେ ପହଞ୍ଚିବା ସହ ଝାରସୁଗୁଡ଼ା ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୁକ୍ତ ରିଙ୍କୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଉକ୍ତ ମାମଲାର ବିଚାର କରି ଜଜ୍‌ ଶ୍ରୀ ଖେଡ଼ିଆ ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe