ଟଙ୍କା ଦୁଇଗୁଣ ହେବ କହି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକି ବ୍ୟବସାୟୀ ଫେରାର

Advertisment
ଟଙ୍କା ଦୁଇଗୁଣ ହେବ କହି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକି ବ୍ୟବସାୟୀ ଫେରାର

ଜଳେଶ୍ବର: ଜଳେଶ୍ବର ମ୍ୟୁନିସିପାଲିଟି ଅଧୀନସ୍ଥ ନୂଆବଜାର ତାରିଣୀ ଛକ ନିକଟରେ ଦୋକାନ କରିଥିବା ଜଣେ ବ୍ୟବସାୟୀ ତଥା ଜୀବନ ବୀମା ଏଜେଣ୍ଟ ଟଙ୍କା ଦୁଇଗୁଣ ହେବ କହି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଲୋକଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ନେଇ ଫେରାର ହୋଇ ଯାଇଥିବା ଖବର ଗତ କିଛିଦିନ ଧରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମ୍ପୃକ୍ତ ବ୍ୟବସାୟୀଙ୍କୁ ଋଣ ଦେଇଥିବା ୮ଜଣ ବ୍ୟକ୍ତି ରବିବାର ଜଳେଶ୍ବର ଥାନାରେ ମିଳିତ ଭାବେ ଲିଖିତ ଅଭିଯୋଗ କରିବା ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟବସାୟୀ ଜଣକ ସୋର ଅଞ୍ଚଳର ବିଜୟ ନାୟକ ବୋଲି କୁହାଯାଇଛି। ସେ ତାଙ୍କ ପରିବାର ସହ ନୂଆବଜାର ତାରିଣୀ ଛକ ନିକଟରେ ରହୁଥିବା ବେଳେ ବ୍ୟବସାୟ ନାଁରେ ବହୁ ଲୋକଙ୍କଠାରୁ ଋଣ ନେଇଥିଲେ। ଏପରିକି ବୀମା ଏଜେଣ୍ଟ ହୋଇଥିବାରୁ କିସ୍ତି ଜମା କରିବା ପାଇଁ ଲୋକଙ୍କଠାରୁ ଟଙ୍କା ନେଉଥିଲେ ସୁଦ୍ଧା ତାକୁ ଜମା କରୁନଥିଲେ। ଏ ସମ୍ପର୍କରେ ଲୋକେ ଜାଣିବା ପରେ ଟଙ୍କା ଫେରାଇ ଦେବେ, ଜମା ହୋଇଯିବ ଏଭଳି ବିଭିନ୍ନ ବାହାନା କରି ସେ ଦିନ ଗଡ଼ାଇ ଚାଲିଥିଲେ। ସେପଟେ ଋଣ ଦେଇଥିବା ଲୋକେ ଟଙ୍କା ଫେରାଇବା ପାଇଁ ଚାପ ପ୍ରୟୋଗ କରିବା ପରେ ଗତ କିଛିଦିନ ତଳେ ସେ ହଠାତ୍ ଫେରାର ହୋଇ ଯାଇଥିଲେ।

ସୂଚନାଯୋଗ୍ୟ, ଏହି ବ୍ୟବସାୟୀ ଜଣକ ପୂର୍ବରୁ ଭୋଗରାଇର ଥାନାଛକ ନିକଟରେ ମଧ୍ୟ ବ୍ୟବସାୟ କରୁଥିବା ବେଳେ ସମାନ ଢଙ୍ଗରେ ସେଠାରେ ମଧ୍ୟ ବହୁ ଲୋକଙ୍କୁ ଠକିଥିବା କୁହାଯାଇଛି। ବ୍ୟବସାୟୀଙ୍କ ଘର ସୋର ଅଞ୍ଚଳରେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe