ସିମେଣ୍ଟ ବୋଝେଇ ଟ୍ରକ ଓଲଟି ଜଳିଗଲା

ସିମେଣ୍ଟ ବୋଝେଇ ଟ୍ରକ ଓଲଟି ଜଳିଗଲା

ରସୁଲପୁର: ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ଖୁଣ୍ଟୁଣିରୁ ଭଦ୍ରକ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍ ନମ୍ବର ଓଡି-୦୫ଆର୍-୬୦୦୦ କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଓଲଟି ପଡ଼ିଥିଲା। ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିବାରୁ ଏହି ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା।

ରସୁଲପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକ୍‌ର ଡ୍ରାଇଭର ବଡ଼ମ୍ବା ଅଞ୍ଚଳର ବାବୁଲି ରାଉତ ଆହତ ହୋଇଥିଲେ। କୁଆଖିଆ ଥାନାରେ ଏସଂପର୍କରେ ଅଭିଯୋଗ ହୋଇଛି। ରାଜପଥ ପାଟ୍ରୋଲିଂ ଏସ୍‌ଆଇ ଅଶୋକ ବଳ ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe