୯ ଜିଲ୍ଲାର ଚାଉଳର ଗୁଣାତ୍ମକମାନ ସମୀକ୍ଷା କରିବ କେନ୍ଦ୍ରୀୟ ଟିମ୍‌

Advertisment
୯ ଜିଲ୍ଲାର ଚାଉଳର ଗୁଣାତ୍ମକମାନ ସମୀକ୍ଷା କରିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର: ସମ୍ବଲପୁର ଏବଂ ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାର ଚାଉଳର ଗୁଣାତ୍ମକମାନ ଏବଂ ବିତରଣ ବ୍ୟବସ୍ଥାର ସମୀକ୍ଷା କରିବ କେନ୍ଦ୍ରୀୟ ଟିମ୍‌। ଖାଦ୍ୟ ଏବଂ ସାଧାରଣ ବିତରଣ ବିଭାଗ ସହକାରୀ ନିର୍ଦେଶକ ପ୍ରୀତି ଶୁକ୍ଳାଙ୍କ ନେତୃତ୍ବରେ ଗଠିତ ଟିମ୍‌ ଏଫସିଆଇ, ରାଇସ୍‌ ମିଲ୍‌, ରାସନ ଦୋକାନ ବୁଲି ଦେଖିବେ। ଆସନ୍ତାକାଲି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଟିମ୍‌ ଏହି ଅଞ୍ଚଳ ସବୁ ବୁଲିବ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦେଶକ ବିଶ୍ବଜିତ ଦାସ। ପୂର୍ବରୁ ଏହି ଟିମ୍‌ ଯାଜପୁର, କେନ୍ଦ୍ରାପଡ଼ା, କଟକ ସମେତ ବିଭିନ୍ନ ଅଞ୍ଚଳ ବୁଲି ଚାଉଳର ଗୁଣାତ୍ମକମାନ ଦେଖିଥିଲେ। ଏହି ଅବସରରେ ନିମ୍ନମାନର ଚାଉଳ ବିତରଣ ଲୋକଲୋଚନକୁ ଆସିଥିଲା। ଅନେକ ତଳିଆ କର୍ମଚାରୀ ନିଲମ୍ବିତ ମଧ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe