ରଥ କାଠ ସଂଗ୍ରହ ଲାଗି ଅନୁକୂଳ

Advertisment
ରଥ କାଠ ସଂଗ୍ରହ ଲାଗି ଅନୁକୂଳ

ନୟାଗଡ଼/ଗଣିଆ/ଦଶପଲ୍ଲା: ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ନିମ‌ନ୍ତେ ରଥ କାଠ ସଂଗ୍ରହ ପ୍ରକ୍ରିୟାର ଆଜି ଅନୁକୂଳ କରାଯାଇଛି। ଏନେଇ ବିଧି ମୁତାବକ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଛି। ଏନେଇ ଗତକାଲିଠାରୁ ଶ୍ରୀମନ୍ଦିରର ଏକ ପ୍ରତିନିଧି ଦଳ ଆସି ନୟାଗଡ଼ ବନଖଣ୍ଡ କାର୍ଯ୍ୟାଳୟରେ ଆଜ୍ଞାମାଳ ନେଇ ପହଞ୍ଚିଥିଲେ। ମହାପ୍ରଭୁଙ୍କ ଆଜ୍ଞାମାଳ, ମାହାର୍ଦ୍ଦ ଆସି ପହଞ୍ଚିବା ପରେ ପ୍ରଥା ମୁତାବକ ମା’ ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ହୋମଯଜ୍ଞ ଶେଷ ହୋଇଛି। ନୟାଗଡ଼ ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) କ୍ଷମା ଷଡ଼ଙ୍ଗୀ କର୍ତ୍ତା ଭାବେ ପୂଜାରେ ଥିଲେ। ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକ ମଧ୍ୟ ଉପସ୍ଥିତ ରହିଥିଲେ। ସକାଳ ପ୍ରାୟ ୧୦ଟାରୁ ପୂଜା ଆରମ୍ଭ ହୋଇ ୩ ଘଣ୍ଟା ଚାଲିଥିଲା। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆଣି ଆସିଥିବା ନୀତି ବିଭାଗର ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ରନାଥ ଦାସ, ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମୁଖ ଏହି ପୂଜାର୍ଚ୍ଚନାରେ ସାମିଲ୍‌ ହୋଇଥିଲେ। ଗଣିଆ ବନାଞ୍ଚଳ ଅଧିକାରୀ ସୋନାଲି ସିଓ, ନୟାଗଡ଼ ବନାଞ୍ଚଳ ଅଧିକାରୀ ସୁଶାନ୍ତ ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ ବନାଞ୍ଚଳ ଅଧିକାରୀ, କର୍ମଚାରୀ ପ୍ରମୁଖ ପୂଜାରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe