ଲବଣଗିରି ପାହାଡ଼ରେ ଗଡ଼ିବ ରଥ

ଲବଣଗିରି ପାହାଡ଼ରେ ଗଡ଼ିବ ରଥ

ପୁରୁଣା ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ପ୍ରଧାନସାହି ନିକଟ ଲବଣଗିରି ପାହାଡ଼ରେ ଗଡ଼ିବ ପ୍ରଭୁ ଜଗନ୍ନାଥଙ୍କ ରଥ। ପାହାଡ଼ ଉପରେ ଥିବା ଜଗନ୍ନାଥ ମନ୍ଦିରରୁ ବାହାରି ରଥାରୂଢ଼ ବଡ଼ଠାକୁର ପ୍ରଧାନସାହି ଦେଇ ପ୍ରାୟ ୩ କିଲୋମିଟର ଦୂର ଗଡ଼ିବା ପରେ ପାଞ୍ଚଗାଁ ନିକଟ ମଙ୍ଗଳା ମନ୍ଦିରକୁ ଯିବେ। ଦୁଇ ବର୍ଷ ହେଲା କରୋନା କଟକଣା ଲାଗି ଏହି ରଥ ଟଣା ବନ୍ଦ ଥିବାରୁ ଚଳିତ ବର୍ଷ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି।

ଆୟୋଜକ ତଥା ରଥ କମିଟିର ସମ୍ପାଦକ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ କହିବା ଅନୁଯାୟୀ ଏହି ରଥଯାତ୍ରାରେ ଅନ୍ତର୍ଯ୍ୟାମୀ ବଡ଼ୁ ଛେରା ପହଁରା କରିବେ। ବିଧାୟକ ସୁରେଶ କୁମାର ରାଉତରାୟ ଓ ବହୁ ସ୍ଥାନୀୟ ମୁରବି ସାମିଲ ହେବେ। ଏୟାର୍‌ ଫିଲ୍‌ଡ ଥାନା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ପୁରୁଣା ଭୁବନେଶ୍ବର ଜମେଶ୍ବର ପାଟଣାସାହିରେ ଚଳିତ ବର୍ଷ ନୂତନ କାଠରେ ରଥ ନିର୍ମାଣ ସରିଛି। କୁନି କୁନି ପିଲାଙ୍କ ଦ୍ବାରା ପହଣ୍ଡି ବିଜେ କରାଯିବ। ଏହି ରଥ ତିନି ମୁଣ୍ଡିଆ ଛକ, ଶ୍ରୀଲିଙ୍ଗରାଜ ମନ୍ଦିର ପରିଭ୍ରମଣ କରି ଗଙ୍ଗା ଯମୁନା ମନ୍ଦିରଠା‌ରେ ରହିବ। ସେହିପରି ବଡ଼ଦାଣ୍ଡ ସାହି ଶ୍ରୀଜଗନ୍ନାଥ ଘୋଷଯାତ୍ରା କମିଟି ପକ୍ଷରୁ ରଥ ବାହାରି ମାଉସୀ ମା’ ବାରିକସାହି ନିକଟ ହନୁମାନ ମନ୍ଦିରକୁ ଯିବ। ସେହିପରି ପଳାଶପଲ୍ଲୀ ସାଇକ୍ଷେତ୍ର, ପୁରୁଣା ଭୁବନେଶ୍ବର ମଠ ସାହି ଓ କପିଳେଶ୍ବରରେ ରଥଯାତ୍ରା ପ୍ରସ୍ତୁତି ସରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe