ଅଚିହ୍ନା ମହିଳାଙ୍କ ଗଳିତ ଶବ ଠାବ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Advertisment
ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ !

Daily Times

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ବେଲପଦର ଗାଁର ଭୁବନ ଦୀପଙ୍କ ଚାଷ ଜମି ନିକଟ ଅବ୍ୟବହୃତ ପାଇଖାନାରୁ ଜଣେ ଅଚିହ୍ନା ମହିଳାଙ୍କ ଗଳିତ ଶବକୁ ପୁଲିସ ଠାବ କରିଛି। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ସୂଚନା ଅନୁସାରେ, ଶୁକ୍ରବାର କେତେକ ଛେଳି ଚରାଳି ଉକ୍ତ ପାଇଖାନାରେ ଶବ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ କହିଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଅନ୍ଧାର ହେବାରୁ ଶବ ଉଦ୍ଧାର କରାଯାଇ ପାରିନାହିଁ। ଶନିବାର ବଲାଙ୍ଗୀରରୁ ସାଇଣ୍ଟିଫିକ ଦଳ ପହ‌ଞ୍ଚିବା ପରେ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ। ୱାର୍ଡ ସଭ୍ୟ ମିତ୍ର ଦୀପଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ରଞ୍ଜନ ବରିହା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe