ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ: ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କର, ଫଟୋ ପରିଚୟପତ୍ର ଡାକରେ ପଠାଯିବ

ପରୀକ୍ଷାଫଳ ସହ ମିଳିବ ଭୋଟର୍‌ ଆଇଡି: ଭାରତୀୟ ନିର୍ବାଚନ ଆୟୋଗଙ୍କ ନୂଆ ପ୍ରୟାସ

Indian voters hold up their voter ID cards as they stand in a queue to cast their vote at a polling station in Amritsar on May 13, 2009. during the final phase of polling for national elections. India voters cast their final ballots in the country's marathon elections, with analysts predicting a shaky coalition government that will struggle to survive a full term. AFP PHOTO /NARINDER NANU (Photo credit should read NARINDER NANU/AFP/Getty Images)

ଭୁବନେଶ୍ବର: ଗତ ଜାନୁଆରିରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇଥିଲା। ଏଥିରେ ବ୍ୟାପକ ତ୍ରୁଟି ଥିବାରୁ ଲୋକମାନେ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ହଇରାଣ ହେଲେ। ‌ଏପରିକି ବହୁ ସ୍ଥାନରେ ଆଶାୟୀ ପ୍ରାର୍ଥୀ, ବହୁ ମତଦାତାଙ୍କ ନାମ ଭୋଟର ତାଲିକାରୁ କଟିଯାଇଥିଲା। କିଛିକିଛି ସ୍ଥାନରେ ଗୋଟିଏ ୱାର୍ଡର ମତଦାତାଙ୍କ ନାମ ଅନ୍ୟ ୱାର୍ଡର ଭୋଟର ତାଲିକାରେ ଦେଖିବାକୁ ମିଳିଥିଲା। ଭୋଟର ତାଲିକାକୁ ନେଇ ବ୍ୟାପକ ଜନ ଅସନ୍ତୋଷ ଦେଖାଦେବାରୁ ଏବେ ପୁଣି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ପଦକ୍ଷେପ ନେଇଛନ୍ତି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲାଗି ଜିଲ୍ଲାପାଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଭିଡିଓ କନଫରେନ୍ସିଂ ଆଲୋଚନାରେ କୁହାଯାଇଛି ଯେ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଥିବା କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି ଭୋଟର ତାଲିକାରେ ନାମ ଥାଇ ଫଟୋ ନଥିବା କିମ୍ବା ଭୋଟର ତାଲିକାରେ ନାମ, ଠିକଣା ଇତ୍ୟାଦି ତ୍ରୁଟି ଥିଲେ କିମ୍ବା ଦୋହରା ଫଟୋ ପରିଚୟପତ୍ର ଥିବା ଭୋଟରମାନଙ୍କୁଯାଞ୍ଚ କରି ବାଦ୍‌ ଦେବେ। ସେହିପରି ଭାରତର ନିର୍ବାଚନ ଆୟୋଗ ପ୍ରଥମ ଥର ପାଇଁ ସମସ୍ତ ଭୋଟରଙ୍କୁ ଫଟୋ ପରିଚୟ ଡାକ ମାଧ୍ୟମରେ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିନିମନ୍ତେ ଅନଲାଇନ୍ ମାଧ୍ୟମରେ ଆବେଦନ କ‌ଲାବେଳେ ଫର୍ମ ନଂ-୬ରେ ତାଲିକାରେ ନାମ ଯୋଗ ଓ ଫର୍ମ ନଂ-୮ରେ ତ୍ରୁଟି ସଂଶୋଧନ ପାଇଁ ଫର୍ମ ପୂରଣ କଲାବେଳେ ନାଗରିକମାନେ ଆବେଦନ ଫର୍ମରେ ସଂପୂର୍ଣ୍ଣ ଡାକ ଠିକଣା ଓ ଠିକ୍ ମୋବାଇଲ ନମ୍ବର ଦେବାକୁ ହେବ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ନିଜନିଜ ଅଞ୍ଚଳରେ ଘରକୁ ଘର ଯାଇ ଠିକ୍ ତଥ୍ୟ ସଂଗ୍ରହ କରି ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଠିକ୍ ତଥ୍ୟ ପ୍ରଦାନ କରିବେ ଓ ପରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ଠିକ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ ହୋଇଥିବା ଫଟୋ ପରିଚୟପତ୍ରଗୁଡ଼ିକୁ ମେ ୧୫ତାରିଖ ସୁଦ୍ଧା ଡାକ ମାଧ୍ୟମରେ ଭୋଟରମାନଙ୍କ ଘରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ‌ଦିଆଯାଇଛି।

ଏହାବାଦ୍ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଯେଉଁ ଭୋଟରମାନଙ୍କ ନାମ ଭୋଟର ତାଲିକାରେ ନାହିଁ କିମ୍ବା ତାଲିକାରେ ନାମ ଓ ଡାକ ଠିକଣା ଇତ୍ୟାଦିରେ ତ୍ରୁଟି ଅଛି ସେମାନେ ଏବେ ଅନଲାଇନ୍‌ ମାଧ୍ୟମରେ nvsp.in ପୋର୍ଟାଲକୁ ଯାଇ ଆବେଦନ କରିପାରିବେ। ମୋବାଇଲ୍‌ରେ ଭୋଟର ହେଲ୍‌ପଲାଇନ୍ ଆପ୍ ଡାଉନଲୋଡ୍ କରି ମଧ୍ୟ ଆବେଦନ କରିହେବ। ଆଜିର ବୈଠକରେ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳମାନେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ସଂଘମିତ୍ରା ଶତପଥୀ, ଭବାନୀ ଶଙ୍କର ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଏଏସ୍‌ଇ ଇଦ୍ରିଶ ଖାନ୍, ରାମ ଟୁଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe