ନଗଡ଼ା ଦୁର୍ନୀତିର ତଦନ୍ତ କରୁଥିବା ମୁଖ୍ୟଯନ୍ତ୍ରୀ ନିଲମ୍ବିତ

Advertisment

ଦୁର୍ନୀତିରେ ସମ୍ପୃକ୍ତ ଯନ୍ତ୍ରୀମାନଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ ନକରିବାରୁ କାର୍ଯ୍ୟାନୁଷ୍ଠାନ

ଦୁର୍ନୀତିରେ ସମ୍ପୃକ୍ତ ଯନ୍ତ୍ରୀମାନଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ ନକରିବାରୁ କାର୍ଯ୍ୟାନୁଷ୍ଠାନ

ନଗଡ଼ା ଦୁର୍ନୀତିର ତଦନ୍ତ କରୁଥିବା ମୁଖ୍ୟଯନ୍ତ୍ରୀ ନିଲମ୍ବିତ

Orissa Post

ଯାଜପୁର: ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗରେ ଗୁପ୍ତ ଟେଣ୍ଡର କେଳେଙ୍କାରୀକୁ ନେଇ ସରକାର ହରଡ଼ଘଣାରେ ପଡ଼ିଥିବା ‌ବେଳେ କେନ୍ଦ୍ରାପଡ଼ା-ଯାଜପୁର ମଣ୍ଡଳ ମୁଖ୍ୟଯନ୍ତ୍ରୀ( ନିର୍ମାଣ) ସଂଜୀବ କୁମାର ଦାଶଙ୍କୁ ଗତକାଲି ନିଲମ୍ବିତ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଚିଠି ନମ୍ବର ୧୧୪୩୬ ତା୬/୪/୨୨ରେ ଶ୍ରୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଶ୍ରୀ ଦାଶ ନଗଡ଼ା ଆରଡି ରାସ୍ତା ଦୁର୍ନୀତିର ତଦନ୍ତ କରିବା ସହିତ ୩ଜଣ ଯନ୍ତ୍ରୀଙ୍କ ନାମରେ କଳିଆପାଣି ଥାନାରେ ଏତଲା କରି ଚର୍ଚ୍ଚା‌କୁ ଆସିଥିଲେ। ଦୁର୍ନୀତିର ତଦନ୍ତ କରୁଥିବା ମୁଖ୍ୟଯନ୍ତ୍ରୀ ଶ୍ରୀ ଦାଶ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ଯାଜପୁର ଡିଭିଜନର ଅଶୋକଝର- ତଳନଗଡା ରାସ୍ତାରେ ଗୁପ୍ତ ଟେଣ୍ଡର କେଳେଙ୍କାରୀ ମାମଲାର ତଦନ୍ତ ଦାୟିତ୍ବ ଶ୍ରୀ ଦାଶଙ୍କୁ ଦିଆଯାଇଥିଲା। ଦୁର୍ନୀତି ଧରାପଡ଼ିବା ପରେ ବିଭାଗୀୟ ସଚିବ ଓ ଯନ୍ତ୍ରୀମୁଖ୍ୟଙ୍କ ନିର୍ଦ୍ଦେଶରେ ଶ୍ରୀ ଦାଶ କାଳିଆପାଣି ଥାନାରେ ଯାଜପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ମାମଲା ରୁଜୁ କରିଥିଲେ। ଏହାକୁ ନେଇ ବିଭାଗ ଓ ସରକାରୀ ସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଯନ୍ତ୍ରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଡ୍ରାଫ୍ଟଚାର୍ଜ କରିବାକୁ ସର୍ବୋଚ୍ଚ ଯନ୍ତ୍ରୀ ବାରମ୍ବାର ତାଗିଦ କରିଥିଲେ।

ଚିଠି ନମ୍ବର ୬୦୯୦ ତା ୨୫/୨/୨୦୨୨, ଚିଠି ନମ୍ବର ୭୮୬୬ତା ୧୧/୩/୨୦୨୨, ଚିଠି ନମ୍ବର ୮୫୪୩ ତା ୧୭/୩/୨୦୨୨ ଓ ଚିଠି ନମ୍ବର ୯୮୮୭ ତା ୨୮/୩/୨୦୨୨ରେ ବାରମ୍ବାର ଏଥି ନେଇ ସର୍ବୋଚ୍ଚ ଯନ୍ତ୍ରୀ ତାଗିଦ କରିବା ପରେ ମଧ୍ୟ ମୁଖ୍ୟଯନ୍ତ୍ରୀ ଶ୍ରୀ ଦାଶ ନିରବ ରହିଥିଲେ। ପରେ ଚିଠି ନମ୍ବର ୧୦୨୪୪ ତା୨୯/୩/୨୨ ଶେଷ ନୋଟିସ ସହିତ ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା। ଏହାପରେ ଗତ ୬ତାରିଖରେ ତାଙ୍କୁ ନିଲମ୍ବନ କରାଯାଇଛି। ଅପରପକ୍ଷରେ ନିକଟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ଦାଶଙ୍କ ଭାଇ ମାଲାକାନାଗିରି ଆରଡି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାଶ ଗିରଫ ହେବା ଘଟଣା ପରେ ପରେ ମୁଖ୍ୟଯନ୍ତ୍ରୀ ଶ୍ରୀ ଦାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଚର୍ଚ୍ଚାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe