ସ୍ନାନବେଦିରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନ ସହ ଓଡ଼ିଶାବାସୀଙ୍କ ସୁଖଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସକାଳେ ଶ୍ରୀ ମାଝୀ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ସ୍ନାନବେଦି ନିକଟକୁ ଯାଇ ମହପ୍ରଭୁଙ୍କ ଦର୍ଶନ କରି ଉତ୍ତର ଦ୍ବାର ଦେଇ ଫେରିଥିଲେ।

zczcdd

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନ ସହ ଓଡ଼ିଶାବାସୀଙ୍କ ସୁଖଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସକାଳେ ଶ୍ରୀ ମାଝୀ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ସ୍ନାନବେଦି ନିକଟକୁ ଯାଇ ମହପ୍ରଭୁଙ୍କ ଦର୍ଶନ କରି ଉତ୍ତର ଦ୍ବାର ଦେଇ ଫେରିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପାଦିତ ହୋଇଛି। ଆଗାମୀ ରଥଯାତ୍ରା ମଧ୍ୟ ସୁରୁଖୁରୁରେ ସମ୍ପାଦିତ ହେବା ନେଇ ପ୍ରାର୍ଥନା କରିଛି। ବିଶ୍ବବାସୀଙ୍କ କଲ୍ୟାଣ ଏବଂ ରାଜ୍ୟବାସୀଙ୍କ ସୁଖଶାନ୍ତି ପାଇଁ ପ୍ରାର୍ଥନା କରିଛି।

ସେବାୟତ ଓ ଅଧିକାରୀଙ୍କ ପକ୍ଷରୁ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଥିବାରୁ ଏନେଇ ସେ ଧନ୍ୟବାଦ ଜଣାଇଥିଲେ। ସ୍ନାନବେଦିରେ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ରଥଖଳାକୁ ଯାଇ ନିର୍ମାଣାଧୀନ ରଥକୁ ମୁଣ୍ଡିଆ ମାରିଥିଲେ। ରଥ କାମ ଜାରି ରଖିଥିବା ମହାରଣା ସେବକମାନଙ୍କ ସହ ରଥ ନିର୍ମାଣ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ଆଶ୍ରିତ ପଟ୍ଟନାୟକ, ଓମ୍‌ପ୍ରକାଶ ମିଶ୍ର ଓ ଉପାସନା ମହାପାତ୍ର ମଧ୍ୟ ମହାପ୍ରଭୁଙ୍କୁ ସ୍ନାନବେଦିରେ ଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe