୧୦୦ ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Advertisment
୧୦୦ ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ମାଧ୍ୟମରେ ୫-ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତର କାମ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାରେ ରୂପାନ୍ତରିତ ହୋଇଥିବା ୧୦୦ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଥିଲେ। ସ୍ଥାନୀୟ ପଥରଚେପାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜଳସମ୍ପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ପାଟଣାଗଡ଼ ବିଧାୟକ ସରୋଜ ମେହେର, ଯୋଗଦେଇଥିଲେ। ମନ୍ତ୍ରୀ ଶ୍ରୀମତୀ ସାହୁ ଉଦ୍‌ବୋଧନ ଦେଇଥିଲେ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ କରାଯାଇ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ଓ ବୌଦ୍ଧିକ ବିକାଶ ଦିଗରେ ଛାତ୍ରଛାତ୍ରୀମାନଙ୍କର ସମାଗ୍ରୀକ ବିକାଶରେ ବେଶ୍‌ ସହାୟକ ହେବ।

ରାଜ୍ୟସ୍ତରୀୟ ଲୋକାର୍ପଣ କାର୍ଯ୍ୟକ୍ରମକୁ ୫-ଟି ସଚିବ ଭିକେ ପାଣ୍ଡିଆନ ପରିଚାଳନା କରିଥିଲେ। ଜିଲ୍ଲାପାଳ ଚଞ୍ଚଳ ରାଣା ସ୍ୱାଗତ ଭାଷଣ ଦେଇ ଜିଲ୍ଲାରେ ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମିର ବିକାଶ ହୋଇପାରିଛି ବୋଲି ପ୍ରକାଶ କରିଥିଲେ। ଓଏଭି ଦଶମ ଶେଣ୍ରୀ ଛାତ୍ର ଅଞ୍ଜନେୟ କର ରୂପାନ୍ତରିତ ବିଦ୍ୟାଲୟ ସମ୍ପର୍କରେ ତାଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ ରୂପାନ୍ତରିତ କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପାଇଁ ବରଦାନ ବୋଲି କହିଥିଲେ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୨୪ଟି ହାଇସ୍କୁଲ ରୂପାନ୍ତରିତ ହୋଇସାରିଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟଗୁଡ଼ିକୁ ଅତିଥିମାନେ ଜମିପଟ୍ଟା ବଣ୍ଟନ କରିଥିଲେ ଓ ପରେ ଛାଛ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସରିତା ବାଗ, ଏସ୍‌ପି ନିତିନ କୁଶଲକର, ପିଡି ଡିଆର୍‌ଡିଏ ସୁଶାନ୍ତ ସିଂ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe