ବିନା ଛୁଟିରେ ନିରନ୍ତର କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଆଜି ଥିଲା ନୂଆଁଖାଇ, ସରକାରୀ ଛୁଟି ଦିବସ। ଗତକାଲି ଥିଲା ଗଣେଶ ପୂଜା ଏବଂ ଆସନ୍ତାକାଲି ମଧ୍ୟ ସରକାରୀ ଛୁଟି। କିନ୍ତୁ ଏହି ସରକାରୀ ଛୁଟି ଦିନରେ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟ ଜାରି ରଖିଛନ୍ତି।

Untitled-13

ଭୁବନେଶ୍ୱର: ଆଜି ଥିଲା ନୂଆଁଖାଇ, ସରକାରୀ ଛୁଟି ଦିବସ। ଗତକାଲି ଥିଲା ଗଣେଶ ପୂଜା ଏବଂ ଆସନ୍ତାକାଲି ମଧ୍ୟ ସରକାରୀ ଛୁଟି। କିନ୍ତୁ ଏହି ସରକାରୀ ଛୁଟି ଦିନରେ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରଠାରୁ ସକାଳୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଫାଇଲ କାମରେ ବ୍ୟସ୍ତ ରହୁଛନ୍ତି। 

ଗତକାଲି ପ୍ରତିଶ୍ରୁତି ମୁତାବକ ରାଜ୍ୟର ୫୧ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଭାଇଭଉଣୀଙ୍କ ପାଇଁ ସିଏମ୍‌ କିଷାନ ଯୋଜନାର ତୃତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ ଫାଇଲ କାମ କରିଛନ୍ତି। ଏହା ସହିତ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ଲୋକଙ୍କୁ ମଧ୍ୟ ଭେଟିଛନ୍ତି। ଆଜି ନୂଆଁଖାଇ ସରକାରୀ ଛୁଟି, ତଥାପି ଅପରାହ୍ଣ ପର୍ଯ୍ୟନ୍ତ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଥିଲା। ଲୋକସେବା ଭବନରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ସହ ବୈଠକ, ତା’ପରେ ସିକିମ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ରଖିଥିଲେ। ଆସନ୍ତାକାଲି ମଧ୍ୟ ସେହିଭଳି ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe