ଭୁବନେଶ୍ବର : ଆସନ୍ତା ୨୧ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତରେ ଯିବାର ଯୋଜନା ରହିଛି। ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ଙ୍କ ସହ ପ୍ରଥମେ ଇଟାଲି ଓ ପରେ ସେଠାରୁ ଦୁବାଇ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଦୁବାଇରେ ଆୟୋଜିତ ଏକ ବିଜିନେସ୍ ମିଟ୍ରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରେ ତାଙ୍କ ସହ କେତେକ ମନ୍ତ୍ରୀ ଓ ସଚିବମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ୨୦୧୨ ମସିହାରେ ଲଣ୍ଡନରେ ଏଭଳି ଏକ ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ୟାରୀମୋହନ ମହାପାତ୍ରଙ୍କ ‘ମିଡ୍ ନାଇଟ୍ ଅପରେସନ’ ଯୋଗୁ ତାଙ୍କୁ ଅଧାରୁ ଫେରିବାକୁ ପଡ଼ିଥିଲା। ୧୦ବର୍ଷ ପରେ ତାଙ୍କର ଏହା ଦ୍ବିତୀୟ ଗସ୍ତ ହୋଇପାରେ ବୋଲି ଜଣାପଡ଼ିଛି।
ବିଦେଶ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ
Advertisment
Follow Us