ଓଡ଼ିଶାବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ କହିଲେ ମୁଖ୍ୟମନ୍ତ୍ରୀ, ଦ୍ରୌପଦୀଙ୍କୁ ସମର୍ଥନ କରିପାରନ୍ତି ନବୀନ

Advertisment

ପ୍ରଧାନମନ୍ତ୍ରୀ ଏ ବିଷୟରେ ମୋ ସହ ଆଲୋଚନା କରିଥିଲେ

ପ୍ରଧାନମନ୍ତ୍ରୀ ଏ ବିଷୟରେ ମୋ ସହ ଆଲୋଚନା କରିଥିଲେ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ନବୀନ ନିବାସ ନ ଆସିବାକୁ ଅନୁରୋଧ

naveenpatnaik.in

ଭୁବନେଶ୍ବର: ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ‌ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ କରିବ ବୋଲି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟ୍‌ରୁ ବିଜେଡିର ସମର୍ଥନ ନେଇ ସଂକେତ ମିଳିଛି। ବିଜେଡି ସମର୍ଥନ ମିଳିଲେ ଦ୍ରୌପଦୀ ମୁର୍ମୁ ଦେଶର ଆଗାମୀ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଏକ ପ୍ରକାରର ନିଶ୍ଚିତ ହୋଇଯିବ।

ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଇଟାଲି ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ନବୀନ ଟୁଇଟ୍ କରିଛନ୍ତି ଯେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ପାଇଁ ଏନ୍‌ଡିଏର ପ୍ରାର୍ଥୀ ଘୋଷିତ ହୋଇଥିବାରୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ମୋ ସହ ଆଲୋଚନା କରିଥିଲେ ମୁଁ ବହୁତ ଖୁସି ହୋଇଥିଲି। ବାସ୍ତବରେ ଓଡ଼ିଶା ବାସୀଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ। ଦେଶରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଶ୍ରୀମତୀ ମୁର୍ମୁ ଏକ ଉଦାହରଣ ସୃଷ୍ଟି କରିବେ ବୋଲି ମୁଁ ନିଶ୍ଚିତ।

ରାଜ୍ୟ ପାଇଁ ଗର୍ବର ବିଷୟ: ଧର୍ମେନ୍ଦ୍ର

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଶ୍ରୀମତୀ ମୁର୍ମୁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଘୋଷଣା ହେବା ଆମ ରାଜ୍ୟ ପାଇଁ ଗର୍ବର ବିଷୟ। ଜନଜାତି ପରବାରରୁ ଆସିଥିବା ଶ୍ରୀମତୀ ମୁର୍ମୁ ଜୀବନବ୍ୟାପୀ ଗରିବ ଓ ଅସହାୟଙ୍କ ସେବା କରିଛନ୍ତି। ତାଙ୍କର ପ୍ରଶାସନିକ କ୍ଷେତ୍ରରେ ଭଲ ଅଭିଜ୍ଞତା ରହିଛି। ଆମ ଦଳ ତାଙ୍କ ପରି ଜଣେ କର୍ମଯୋଗୀ ମହିଳା ଓ ଉଦାର ବ୍ୟକ୍ତିତ୍ବଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ କରିବା ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ସ୍ବାଧୀନୋତ୍ତର ଭାରତର ପ୍ରଥମ ଜନଜାତି ମହିଳା ଓ ଓଡ଼ିଶାର ପ୍ରଥମ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁଙ୍କୁ ଏହି ଗାରିମାମୟ ପଦବି ପାଇଁ ଚୟନ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe