ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: କେନ୍ଦ୍ରମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ସାଂସଦ ବି ଦର୍ଶନ ସୌଭାଗ୍ୟ ଅର୍ଜିଲେ

Advertisment

ମହାପ୍ରଭୁଙ୍କ ଦର୍ଶନ କଲେ ନବୀନ ପଟ୍ଟନାୟକ

ମହାପ୍ରଭୁଙ୍କ ଦର୍ଶନ କଲେ ନବୀନ ପଟ୍ଟନାୟକ

ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: କେନ୍ଦ୍ରମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ସାଂସଦ ବି ଦର୍ଶନ ସୌଭାଗ୍ୟ ଅର୍ଜିଲେ

ପୁରୀ: ମୁଖ୍ୟମନ୍ତ୍ରୀ ଭାବେ ମୋହନଚରଣ ମାଝୀ ଆଜି ପ୍ରଥମ ଥର ରଥଯାତ୍ରାରେ ଯୋଗଦେଇଛନ୍ତି। ରଥଦଉଡ଼ି ଛୁଇଁବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବଡ଼ଦାଣ୍ଡରେ ମୁଣ୍ଡିଆ ମାରି ଠାକୁରଙ୍କ ଆଶୀର୍ବାଦ ନେଇଛନ୍ତି। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ କଡ଼ା ସୁରକ୍ଷା ଭିତରେ ମୁଖ୍ୟମନ୍ତ୍ରୀ ଶ୍ରୀଦାଣ୍ଡ ଦେଇ ଆସି ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ। ଲଙ୍ଗୁଳି ମଠ ନିକଟରେ ପ୍ରସ୍ତୁତ ମଞ୍ଚରୁ ମହାପ୍ରଭୁଙ୍କ ପହଣ୍ଡି ଓ ରଥଟଣା ଦେଖିଥିଲେ। ରାଷ୍ଟ୍ରପତି ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ ସହ ବଡ଼ଦାଣ୍ଡକୁ ଆସି ରଥ ଦଉଡ଼ି ଛୁଇଁଥିଲେ। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ରହି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ରଥଯାତ୍ରାକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀ ପଟ୍ଟନାୟକ ରାଷ୍ଟ୍ରପତି ପହଞ୍ଚିବା ପରେ ଆଜି ରାଷ୍ଟ୍ରପତିଙ୍କ ମଞ୍ଚ ନିକଟରେ ପହଞ୍ଚିଥିଲେ। ମଞ୍ଚ ତଳୁ ରାଷ୍ଟ୍ରପତିଙ୍କୁ ପ୍ରଣାମ ଜଣାଇବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ମନ୍ତ୍ରୀମାନେ ତାଙ୍କୁ ଦେଖି ମଞ୍ଚ ଉପରକୁ ପାଛୋଟି ନେଇଥିଲେ। ପରେ ମଞ୍ଚରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାଶ, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ଅନ୍ୟମାନଙ୍କୁ ପ୍ରଣାମ ଜଣାଇଥିଲେ। ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ବି ପ୍ରତିପ୍ରଣାମ ଜଣାଇଥିଲେ। ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କିଛି ସମୟ ମଞ୍ଚରେ ବସିବା ପରେ ରାଷ୍ଟ୍ରପତି ଫେରିବା ପୂର୍ବରୁ ଫେରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe