ଶେଷଙ୍କ କଥାରେ ଭାବବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ

Advertisment

ରୋମ୍‌ରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ମୃତି ରୋମନ୍ଥନ କଲେ ଯୁବ ବୈଜ୍ଞାନିକ

ରୋମ୍‌ରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ମୃତି ରୋମନ୍ଥନ କଲେ ଯୁବ ବୈଜ୍ଞାନିକ

ଶେଷଙ୍କ କଥାରେ ଭାବବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ୨୦୧୮ରେ ମୁଁ ଯେବେ ଭୁବନେଶ୍ବରରେ ଆପଣଙ୍କୁ ଭେଟିବାକୁ ଯାଇଥିଲି ସେତେବେଳେ ହଳେ ଶସ୍ତା ପେଣ୍ଟସାର୍ଟ, ‌ବାଥ୍‌ରୁମ୍ ସ୍ଲିପର୍ ଚପଲ୍ ପିନ୍ଧିଥିଲି ଓ ଗୋଟିଏ ଛୋଟ ନୋକିଆ ଫୋନ୍ ଧରିଥିଲି। ଆପଣ ସେତେବେଳେ ମୋତେ ଏହି ଆଇ-ଫୋନ୍‌ଟି ଉପହାର ଦେଇଥିଲେ। ପିତାମାତାଙ୍କୁ ହରାଇଥିବା ଜଣେ ଅନାଥ ଯୁବକକୁ ସହାୟ ହୋଇ ସେତେବେଳେ  ଆପଣ ମୋର ପାଠପଢ଼ାର ସବୁ ଖର୍ଚ୍ଚ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆପଣ ପିତାମାତାଙ୍କ ଅଭାବ ଅନୁଭୂତ ହେବାକୁ ଦେଲେ ନାହିଁ ବୋଲି ଆଜି ମୁଁ ଏଠି ପହଞ୍ଚି ପାରିଛି।

ଆପଣଙ୍କ ଆଶୀର୍ବାଦରୁ ମାତ୍ର ସାଢ଼େ ତିନି ବର୍ଷରେ ମୋର ପିଏଚ୍‌ଡି ଶେଷ କରିଛି। ୨ ବର୍ଷର ଔଦ୍ୟୋଗିକ ଅଭିଜ୍ଞତା ଲାଭ କରିବା ପରେ ମୁଁ ମୋ’ ରାଜ୍ୟକୁ ଫେରିଯିବି। ସେଠାରେ ଏକ ଫାର୍ମା ଇଣ୍ଡଷ୍ଟ୍ରି ଖୋଲିବା ସହ ଓଡ଼ିଶାକୁ ଏକ ଇଣ୍ଡଷ୍ଟ୍ରିଆଲ୍ ହବ୍‌ରେ ପରିଣତ କରିବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି ସମ୍ବଲପୁର ଜିଲ୍ଲା ଉପାନ୍ତ ନାକଟିଦେଉଳ ବ୍ଲକ୍‌ରୁ ଜର୍ମାନୀ ଯାଇ ଅଧ୍ୟୟନ କରୁଥିବା ଯୁବ ବୈଜ୍ଞାନିକ ଶେଷଦେବ କିସାନ। ଶେଷଙ୍କ କଥା ଶୁଣି ଭାବବିହ୍ବଳ ହୋଇ ପଡ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ବାରମ୍ବାର ଆଖିରୁ ଲୁହ ପୋଛୁଥିବା ଦେଖିବାକୁ ମିଳିଥିଲା।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ ଜଙ୍ଗଲ ଘେରା ବଲାସିଂହା ଗାଁର ପିତୃମାତୃହୀନ ଆଦିବାସୀ ଯୁବକ ଶେଷଦେବ କିସାନ ଦାରିଦ୍ର୍ୟର ତାଡ଼ନାକୁ ପଛରେ ପକାଇ ନିଜ ଅସାଧାରଣ ମେଧା ବଳରେ ଯେବେ ଜର୍ମାନିରେ ଗବେଷଣା କରିବାକୁ ଯୋଗ୍ୟତା ଅର୍ଜନ କରିଥିଲେ ସେତେବେଳେ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସରକାର। ସେଠାରେ ଶେଷ ନିଜ ପିଏଚ୍‌ଡି ଶେଷ କରିଛନ୍ତି। ଏବେ ମୁଖ୍ୟମନ୍ତ୍ରୀଙ୍କ ଇଟାଲି ଗସ୍ତ ଅବସରରେ ରୋମ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୟୁରୋପ୍‌ରେ ରହୁଥିବା ବିଶିଷ୍ଟ ଓଡ଼ିଆ ବ୍ୟକ୍ତିମାନଙ୍କୁ ତାଙ୍କ ସହ ସାକ୍ଷାତ ପାଇଁ ଡକା ଯାଇଥିଲା।

publive-image

ଏଥିରେ ସାମିଲ ଥିଲେ ଶେଷଦେବ। ଶେଷଙ୍କୁ ପ୍ରଥମେ ଦେଖିବା ପରେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଚିହ୍ନିବା ସହ ବେଶ ଆନନ୍ଦ ପ୍ରକାଶ କରିଥିଲେ। ସେ ଶେଷଙ୍କ ସୁବିଧାଅସୁବିଧା, ଭଲମନ୍ଦ ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ଆସିବା ପରେ ଜଣଜଣ କରି ସମସ୍ତଙ୍କୁ ତାଙ୍କ ଆଗରେ କିଛି କିଛି କହିବାର ସୁଯୋଗ ମିଳିଥିଲା। ଶେଷ କହିଥିଲେ ମୁଁ ମୋ ପିତାମାତା ଓ ୨ ବର୍ଷ ତଳେ ନିଜ ବଡ଼ ଭଉଣୀକୁ ହରାଇ ସଂପୂର୍ଣ୍ଣ ଏକା ହୋଇ ଯାଇଥିଲି। ଦାରିଦ୍ର୍ୟର ତାଡ଼ନା କଣ ମୁଁ ପିଲାବେଳୁ ଦେଖି ଆସିଥିଲି। କିନ୍ତୁ ମୁଁ ଯେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲି ମୋତେ ଏକପ୍ରକାର ନୂଆ ଜୀବନ ମିଳିଲା। ଆଜି ମୁଁ ଯାହା କିଛି ବି ହୋଇପାରିଛି ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାବାସୀଙ୍କ ପାଇଁ। ତେଣୁ ମୁଁ ବିଦେଶରେ ନରହି ଓଡ଼ିଶା ଫେରିଯିବି ଓ ରାଜ୍ୟବାସୀଙ୍କ ଋଣ ଶୁଝିବି ବୋଲି କହି ଶେଷ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ବଳ କରି‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe