ଦ୍ରୌପଦୀଙ୍କ ଶପଥ ଉତ୍ସବରେ ସାମିଲ୍‌ ହେବାକୁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ

୨ରେ ପଦ୍ମପୁର ଆସିବେ ମୁଖ୍ୟମନ୍ତ୍ରୀ

Oneindia Tamil

ଭୁବନେଶ୍ବର/ ନୂଆଦିଲ୍ଲୀ : ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାର ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ। ସଂସଦର ସେଣ୍ଟ୍ରାଲ ହଲ୍‌ରେ ଆୟୋଜନ ହେବାକୁ ଥିବା ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଗସ୍ତ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ଆଜି(ରବିବାର) ଶ୍ରୀମତୀ ମୁର୍ମୁଙ୍କୁ ୪, ପଣ୍ଡିତ ଉମାଶଙ୍କର ଦୀକ୍ଷିତ ମାର୍ଗସ୍ଥିତ ବଙ୍ଗଳାରେ ଭେଟି ଶୁଭେଚ୍ଛା ଜଣାଇବା କାର୍ଯ୍ୟକ୍ରମ ରହିଛି। ଏଥି ସହିତ ସେ କେନ୍ଦ୍ର ସରକାରଙ୍କ ପାଖରେ ବାକିଆ ପଡ଼ିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିବେ ବୋଲି ଆବାସିକ କମିସନର ରବିକାନ୍ତ ସୂଚନା ଦେଇଛନ୍ତି।

ଅପରପକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଆୟୋଜିତ ହୋଇଥିବ ନୈଶ୍ୟ ଭୋଜିରେ ଯୋଗଦେଇଥିବା ଓଡ଼ିଶାର ପଦ୍ମ ପୁରସ୍କାର ବିଜେତାମାନେ ନୂଆ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବ ପୂର୍ବରୁ ଓଡ଼ିଶା ଫେରିଆସିବେ। କିନ୍ତୁ ଏହି ନୈଶ୍ୟ ଭୋଜିରେ ଯୋଗଦେଇନଥିବା ପଦ୍ମଶ୍ରୀ ବାବା ବଳିଆ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଦିଲ୍ଲୀ ଯିବାକୁ ନିମନ୍ତ୍ରଣ ପାଇଥିବା ଜଣାପଡ଼ିଛି।

publive-image ଦିଲ୍ଲୀରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି ବିଜେପି ନେତା, ସାଂସଦ ଓ କେନ୍ଦ୍ର ମନ୍ତ୍ରୀ

ଉଲ୍ଲେଖଥାଉକି, ଶନିବାର ଦିନ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବିଶ୍ବେଶ୍ବର ଟୁଡ଼ୁ, ସାଂସଦ ସୋନାଲ ମାନସିଂହ ଏବଂ ବିଜେପି ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁ୍‌ଖ ଶ୍ରୀମତୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ନୂଆ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ ଶନିବାର ଦିନ ମଧ୍ୟ ଆଦିବାସୀ କଳାକାରମାନଙ୍କ ଦ୍ବାରା ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ସଂସଦ ଭବନ ସେଣ୍ଟ୍ରାଲ୍‌ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe