ଶ୍ରୀଶ୍ରୀଠାକୁରଙ୍କ ଉତ୍କଳ ଆଗମନୀର ଶତବାର୍ଷିକୀ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ

Gulf News

ଭୁବନେଶ୍ୱର: ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୦୧ତମ ଉତ୍କଳ ଆଗମନୀର ସ୍ମୃତି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଆସନ୍ତା ୮ତାରିଖ ରବିବାର ପୁରୀର ତାଳବଣିଆଠାରେ ଏହି ବାର୍ଷିକ ଉତ୍ସବ ପାଳନ କରାଯିବ।

publive-image
ସତସଙ୍ଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀଶ୍ରୀ ଠାକୁରଙ୍କ ଉତ୍କଳ ଆଗମନୀର ୧୦୧ତମ ସ୍ମୃତି ମହୋତ୍ସବ ପୁରୀରେ ଦିବସବ୍ୟାପୀ ପାଳନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିନ ୧୧ଟାରେ ପୁରୀରେ ଉତ୍ସବରେ ସାମିଲ ହେବେ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ପ୍ରତିବର୍ଷ ଜାନୁୟାରୀ ମାସର ଦ୍ୱିତୀୟ ରବିବାର ପୁରୀଠାରେ ଶ୍ରୀଶ୍ରୀ ଠାକୁରଙ୍କ ଉତ୍କଳ ଆଗମନୀ ଉତ୍ସବ ପାଳନ କରାଯାଏ। ସତସଙ୍ଗ ସହ ଜଡ଼ିତ ହଜାର ହଜାର ଶ୍ରଦ୍ଧାଳୁ ଏହି ଉତ୍ସବରେ ସାମିଲ ହୋଇଥାନ୍ତି । ଏହି ମହୋତ୍ସବ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe