ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨୦ରେ ବିଦେଶ ଗସ୍ତ

Advertisment
୨ରେ ପଦ୍ମପୁର ଆସିବେ ମୁଖ୍ୟମନ୍ତ୍ରୀ

Oneindia Tamil

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ନୂଆଦିଲ୍ଲୀ ଯିବେ। ସେଠାରୁ ୨୦ ତାରିଖରେ ବିଦେଶ ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ତାଙ୍କ ୧୩ ଦିନିଆ ଗସ୍ତ ସାରି ୩୦ ତାରିଖରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଆଜି ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯିବ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲାପରେ ଶ୍ରୀ ପଟ୍ଟନାୟକଙ୍କର ଏହା ଦ୍ବିତୀୟ ବିଦେଶ ଗସ୍ତ ହେବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନ ସାଢ଼େ ୧ଟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ। ସେଠାରୁ ୨୦ ତାରିଖ ଅପରାହ୍ନରେ ଇଟାଲୀର ରୋମ୍ ଅଭିମୁଖେ ଯିବେ। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ କିଛି ଅଧିକାରୀ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ କୌଣସି ମନ୍ତ୍ରୀ ସାମିଲ ହେବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ରୋମ୍‌ସ୍ଥିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ(ୱାଲର୍ଡ ଫୁଡ୍ ପ୍ରୋଗ୍ରାମ)ରେ ଓଡ଼ିଶାର ସଫଳତା କାହାଣୀ ସମ୍ପର୍କରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ। ୨୬ ତାରିଖ ଯାଏ ସେ ରୋମ୍‌ରେ ରହିବାର କାର୍ଯ୍ୟକ୍ରମ ଆପାତତଃ ଚୂଡ଼ାନ୍ତ ହୋଇଛି। ସେଠାରେ ସେ ପୋପ୍‌ଙ୍କୁ ଭେଟିବେ କି ନାହିଁ, ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ।

୨୬ ତାରିଖ ଅପରାହ୍ନ ସାଢ଼େ ୩ଟାରେ ମୁଖ୍ୟମନ୍ତ୍ରୀ ରୋମରୁ ଦୁବାଇ ଅଭିମୁଖେ ଗସ୍ତ କରିବେ। ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ସେ ଯୋଗ ଦେବେ। ୩୦ ତାରିଖ ଅପରାହ୍ନ ୩ଟା ୨୫ରେ ଦୁବାଇରୁ ନୂଆଦିଲ୍ଲୀ ଅଭିମୁଖେ ଆସିବେ। ସେହିଦିନ ରାତିରେ ହିଁ ସେ ଭୁବନେଶ୍ବର ଫେରିଆସିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe