ଗହିରମଥାରେ ୧.୪୮ କୋଟି ଅଲିଭ୍‌ଡିଲେ ଛୁଆ, ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

Advertisment
ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା, ଗୋଖାଦ୍ୟ ଖର୍ଚ୍ଚ ବାବଦ ୬୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ସହାୟତା

ଭୁବନେଶ୍ବର: ଅଲିଭ୍‌ଡିଲେ କଇଁଛଙ୍କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବାରୋପ କରିଛନ୍ତି। ଶ୍ରୀ ପଟ୍ଟନାୟକ ଟୁଇଟ୍‌ କରି କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥାରେ ଏବର୍ଷ ୧.୪୮ କୋଟି କଇଁଛ ଅଣ୍ଡାରୁ ଛୁଆ ଫୁଟିଛନ୍ତି, ଯାହାକି ଏକ ଖୁସି ଖବର। ଓଡ଼ିଶା ଉପକୂଳରେ ଏଭଳି ବିରଳ ପ୍ରଜାତିର କଇଁଛ ଓ ସେମାନଙ୍କ ବସା ଯେପରି ସୁରକ୍ଷିତ ରହିପାରିବେ ସେଥିପ୍ରତି ଗୁରୁତ୍ବ ଦେବାକୁ ଆହ୍ବାନ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଏପ୍ରିଲ ୨୫ରୁ ଗହିରମଥା ସମେତ ଓଡ଼ିଶା ଉପକୂଳର ବିଭିନ୍ନ ସ୍ଥାନରେ ଅଲିଭ୍‌ଡିଲେ କଇଁଛଙ୍କ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଯାହାକି ମେ' ଶେଷ ପର୍ଯ୍ୟନ୍ତ ଚାଲିଥାଏ। ଏବେ ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଅଣ୍ଡା ଓ ଛୁଆଙ୍କ ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି। ବସା‌ରେ ଥିବା ଅଣ୍ଡାଗୁଡ଼ିକ ଯେପରି ସୁରକ୍ଷିତ ଭାବେ ଫୁଟିବ ଏବଂ ଛୁଆ ସମୁଦ୍ରକୁ ଯିବେ ସେଥିପ୍ରତି ପ୍ରାଥମିକତା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe