ବରଗଡ଼: ବିଳମ୍ବିତ ଜୀରା ନଦୀ ପୋଲ ନିର୍ମାଣକୁ ନେଇ ବରଗଡ଼ ସହରରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ଉଠିଛି। ବିଗତ ଦିନରେ ଅମ୍ବାପାଲିଠାରେ ଲୋକେ ଜାତୀୟ ରାଜପଥ ବି ଅବରୋଧ କରିଥିଲେ। ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବୀରବିକ୍ରମ ଯାଦବ ବୁଧବାର ବରଗଡ଼ ଗସ୍ତରେ ଆସି ପୋଲ ନିର୍ମାଣ ଅଗ୍ରଗତି ତଦାରଖ କରିଛନ୍ତି। ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ। ପୋଲ କାମ କରୁଥିବା ଠିକାସଂସ୍ଥାର ଅଧିକାରୀଙ୍କ ସହ ପ୍ରମୁଖ ସଚିବ ଆଲୋଚନା କରିବା ସହ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, ଗତ ୨୦୧୮ ମେ’ ମାସରେ ଜୀରା ନଦୀରେ ନୂତନ ବ୍ରିଜ୍ ନିର୍ମାଣ ପାଇଁ ବାଟ ଫିଟିଥିଲା। ନିର୍ମାଣ ଅବଧି ୩୦ମାସ ଥିବା ବେଳେ ୧୫ ମାସ ଭିତରେ କାମ ସରିବ ବୋଲି ସେତେବେଳେ ସଂସ୍ଥା ପକ୍ଷରୁ କୁହାଯାଉଥିଲା। ଗତବର୍ଷ ଡିସେମ୍ବର ପୂର୍ବରୁ ବ୍ରିଜ୍ ସଂପୂର୍ଣ୍ଣ ହୋଇ ଲୋକାର୍ପଣ ହେବା କଥା। କିନ୍ତୁ ବର୍ତମାନ ଯାଏଁ ଏହାର ସ୍ଲାବ୍ କାମ ସରି ନାହିଁ। ଯଦ୍ବାରା ବିଭିନ୍ନ ସମୟରେ ଜନଅସନ୍ତୋଷ ମୁଣ୍ଡ ଟେକୁଛି।
Follow Us