ପାଣି ଭାବି କୀଟନାଶକ ପିଇଦେଲା ଶିଶୁ, ଡାକ୍ତରଖାନରେ ଭର୍ତ୍ତି

ପାଣି ଭାବି କୀଟନାଶକ ପିଇଦେଲା ଶିଶୁ, ଡାକ୍ତରଖାନରେ ଭର୍ତ୍ତି

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଶାଳଣିଆଁ ଅଞ୍ଚଳରେ ଏକ ତିନିବର୍ଷର ଶିଶୁ ଘରେ ରଖାଯାଇଥିବା କୀଟନାଶକକୁ ପାଣି ଭାବି ପିଇଦେଇଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ପ୍ରଥମେ ଶାଳଣିଆଁ ପରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

ଶାଳଣିଆଁ ନିକଟସ୍ଥ ରଘୁନାଥପୁର ଗ୍ରାମର ରାଜୀବ ସାଙ୍କ ମା’ ନିଜ ବାଡ଼ିରେ ଚାଷ କରିଥିବା ପରିବାରେ ପକାଇବା ପାଇଁ କିଛି କୀଟନାଶକକୁ ଏକ ପାଣି ବୋତଲରେ ପୂରାଇ ଘର ଖଟ ତଳେ ରଖି ଦେଇଥିଲେ। ଆଜି ରାଜୀବଙ୍କ ତିନିବର୍ଷର ଶିଶୁପୁତ୍ର ଘରେ ଖେଳୁଥିବା ସମୟରେ ପାଣି ଭାବି ବୋତଲ ଖୋଲି କୀଟନାଶକ ପିଇଦେଇଥିଲା। କିଛି ସମୟ ପରେ ଶିଶୁଟିର ପାଟିରୁ ଫେଣ ବାହାରିବାରୁ ପରିବାର ଲୋକେ ତାକୁ ତୁରନ୍ତ ଶାଳଣିଆଁ ଡାକ୍ତରଖାନା ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe