ପୋଖରୀରେ ବୁଡ଼ି ଶିଶୁ ମୃତ

ପାଣିରେ ବୁଡ଼ି ବୃଦ୍ଧା ମୃତ

ଖଲିକୋଟ : ଗାଁ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ

image credit : india tv news

ରାମଚନ୍ଦ୍ରପୁର : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଶାଳଦେଈ ଗ୍ରାମର ସୁବ୍ରତ କୁମାର ବୋଇତେଇଙ୍କ ତିନିବର୍ଷର ପୁଅ ଶୁଭ୍ରାଂଶୁ ଶୁଭଙ୍କର ବୋଇତେଇ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ବୁଧବାର ମଧ୍ୟାନ୍ନ ୧୨ଟା ସମୟରେ ଶୁଭ୍ରାଂଶୁ ଘର ଅଗଣାରେ ଖେଳୁଥିଲେ। ହଠାତ୍‌ ସେ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। କିଛି ସମୟ ପରେ ଘର ପ‌ୋଖରୀରେ ଶିଶୁଟିର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ସାଇଁକୁଳ ପରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଖବର ପାଇଁ ରାମଚନ୍ଦ୍ରପୁର ପୁଲିସ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ପାଣିରେ ବୁଡ଼ି ବୃଦ୍ଧା ମୃତ

ଲଇକେରା : କିର୍ମିରା ବ୍ଲକ୍‌ ଝାରମୁଣ୍ତା ପଞ୍ଚାୟତ ମାଲିବେଉଁରା ଗାଁ ପୋଖରୀରେ ବୁଡ଼ି ଗୁଲାପି ବାଗ (୬୫)ଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ମାଲିବେଉଁରା ଗ୍ରାମର ଗୁଲାପି ମଙ୍ଗଳବାର ସକାଳୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗ୍ରାମର ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନ ଥିଲେ। ବୁଧବାର କିଛି ଲୋକ ଗାଧୋଇ ଯାଇଥିବା ବେଳେ ଜଣେ ମହିଳାଙ୍କ ଶବ ଭାସୁଥିବା ଦେଖି ବାଗଡିହି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ଝାରସୁଗୁଡା ପଠାଇଥିବା ଜଣାପଡ଼ିଛି। ଗୁଲାପି ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡି ମୃତ୍ୟୁ ହୋଇଥିବାର ସନ୍ଦେହ ହେଉଛି ବୋଲି ଫାଣ୍ତି ଅଧିକାରୀ ଶରତ ଚନ୍ଦ୍ର ଦ୍ବିବେଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe