ପୁଲିସକୁ ସୂଚନା ଦେବାରୁ କାର୍‌ ଜାଳିଦେଲେ କୋଇଲା ମାଫିଆ

Advertisment
ପୁଲିସକୁ ସୂଚନା ଦେବାରୁ କାର୍‌ ଜାଳିଦେଲେ କୋଇଲା ମାଫିଆ

ଭଦ୍ରକ: କୋଇଲା ମାଫିଆଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେବାରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ଅଞ୍ଚଳର ପ୍ରତାପ ବେହେରାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଶ୍ରୀ ବେହେରାଙ୍କ କାରକୁ ଜାଳି ଦେଇଛନ୍ତି କୋଇଲା ମାଫିଆ। ଭଦ୍ରକ ଜିଲ୍ଲାରେ ବେଆଇନ୍ ନିଶା ଓ କୋଇଲା ଚୋରା କାରବାର ଚରମସୀମାରେ ପହଞ୍ଚିଛି। ମାଫିଆମାନେ ଏତେ ପ୍ରଭାବଶାଳୀ‌ ଯେ ସେମାନେ ପୁଲିସକୁ ବି ଖାତିର କରୁନାହାନ୍ତି। ଗତ ଦୁଇଦିନ ତଳେ ଏସ୍‌ଟିଏଫ୍‌ ପୁରୁଣାବଜାର ଥାନା ଅଞ୍ଚଳରେ ଚଢଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଥିବାବେଳେ ଗତକାଲି ପୁଲିସ ଏହି ଅଞ୍ଚଳରୁ ବ୍ରାଉନ୍‌ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଥିଲା। ମିର୍ଜାପୁର ଅଞ୍ଚଳରେ ମଦ ମାଫିଆଙ୍କ ଆଡ୍ଡାରେ ଅବକାରୀ ପୁଲିସ ଚଢ଼ଉ କରିବା ବେଳେ ମାଫିଆମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ୭ ଜଣ କର୍ମଚାରୀଙ୍କୁ ଲହୁଲୁହାଣ କରିଥିଲେ। ସେହିପରି, ଗତକାଲି ଇଚ୍ଛାପୁର ଅଞ୍ଚଳରେ କୋଇଲା ମାଫିଆଙ୍କ ଘର ଉପରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଚଢଉ କରିଥିଲା।

କୋଇଲା ମାଫିଆଙ୍କ ସଂପର୍କରେ ସ୍ଥାନୀୟ ଅଞ୍ଚଳର ପ୍ରତାପ ବେହେରା ପୁଲିସକୁ ସୂଚନା ଦେଇଥିବାରୁ ତାଙ୍କ ଉପରେ ଆକ୍ରୋଶ ରଖି ଗତକାଲି ରାତିରେ ତାଙ୍କ ହ୍ୟୁଣ୍ଡାଇ କାର୍‌କୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ଏ ନେଇ ପ୍ରତାପ ଅଭିଯୋଗ କରିବା ପରେ ଗ୍ରାମାଞ୍ଚଳ ପୁଲିସ କୋଇଲା ମାଫିଆଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe