କମିଲା ଉପକୂଳ ତାତି, ୨୪ରୁ ପୁଣି ବଢ଼ିବ

Advertisment
ଦିଲ୍ଲୀରେ ପ୍ରବଳ ଗରମ, ପାରଦ ୪୯ ଟପିଲା

alalamtv.net

ଭୁବନେଶ୍ବର: ଆଜି ରାଜ୍ୟର ତାତି ଅପେକ୍ଷାକୃତ କମ୍‌ ରହିଛି। ଉପକୂଳ ଓଡ଼ିଶାର ପାରଦ ତଳମୁହାଁ ହୋଇଥିଲା। ଆଜି ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସୁନ୍ଦରଗଡ଼ ଓ ସୋନପୁରଠାରେ ୪୨.୫ ଡିଗ୍ରି ରହିଥିବା ବେଳେ ବଲାଙ୍ଗୀର ଓ ଟିଟିଲାଗଡ଼ଠାରେ ଦିନର ତାପମାତ୍ରା ୪୨.୨ ଡିଗ୍ରି ରହିଥିଲା। ଏଥିସହ ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ଭବାନୀପାଟଣା, ବରଗଡ଼ ଓ ନୂଆପଡ଼ା ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା।

ଆଜି ଉପକୂଳ ଓଡ଼ିଶା ଗ୍ରୀଷ୍ମତାପରୁ ମୁକ୍ତି ପାଇଛି। ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୬.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକର ସର୍ବୋଚ୍ଚ ତାପମାତ୍ରା ଥିଲା ୩୫.୬ ଡିଗ୍ରି। ସମଗ୍ର ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତାକାଲି ମଧ୍ୟ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ‌ଖୋର୍ଧା, ଗଞ୍ଜାମ ଆଦି ସମଗ୍ର ଉପକୂଳ ଓଡ଼ିଶା ସମେତ ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ଅପରାହ୍ନ ଆଡ଼କୁ କାଳବୈଶାଖୀ ସମ୍ଭାବନା ରହିଛି। ଏଣୁ ଏହି ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଅର୍ଥାତ ୨୩ ତାରିଖ ଯାଏ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଏହା ପରେ ୨୪ ତାରିଖରୁ ପୁଣି ୩ରୁ ୪ ଡିଗ୍ରି ଯାଏ ବଢ଼ିବ ରାଜ୍ୟର ତାପମାତ୍ରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe