ଲାଗୁ ହେଲା ଆଦର୍ଶ ଆଚରଣ ବିଧି: କ’ଣ ରହିଛି କଟକଣା,ଚଳିତ ପଞ୍ଚାୟତ ନିର୍ବାଚନରେ କ’ଣ ନୂଆ

Advertisment
ଲାଗୁ ହେଲା ଆଦର୍ଶ ଆଚରଣ ବିଧି: କ’ଣ ରହିଛି କଟକଣା,ଚଳିତ ପଞ୍ଚାୟତ ନିର୍ବାଚନରେ କ’ଣ ନୂଆ

୧. କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ମୌଖିକ ବା ଲିଖିତ ଭାବେ ଏପରି କୌଣସି ଭାଷା ବ୍ୟବହାର କରିବେ ନାହିଁ କିମ୍ବା କାର୍ଯ୍ୟ କରିବେ ନାହିଁ ଯାହା ବିଭିନ୍ନ ଗୋଷ୍ଠୀ ଓ ସମ୍ପ୍ରଦାୟ ମଧ୍ୟରେ ଧର୍ମ, ଲିଙ୍ଗ, ଜନ୍ମସ୍ଥାନ, ଭାଷା, ଜାତି କିମ୍ବା ଗୋଷ୍ଠୀ ଭିତ୍ତିରେ ଅସୂୟାଭାବ, ଶତ୍ରୁତା ବା ଘୃଣାଭାବ ସୃଷ୍ଟି କରିବ।

୨. କୌଣସି ଧାର୍ମିକ ସ୍ଥାନ, ସରକାରୀ ଭବନ, କାର୍ଯ୍ୟାଳୟ ବା ଶିକ୍ଷାନୁଷ୍ଠାନ ପରିସରରେ ନିର୍ବାଚନ ପ୍ରଚାର/ସଭା/କର୍ମୀ ସମ୍ମିଳନୀ କରିବେନି, ଆଶାୟୀ ପ୍ରାର୍ଥୀଙ୍କୁ କୌଣସି ପ୍ରକାରର ବାଧା କି ଭୟ ପ୍ରଦାନ କରାଯିବନି ଯାହାକି ତାଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବାରେ ଅନ୍ତରାୟ ସୃଷ୍ଟି କରିବ। ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀ ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ସହଯୋଗ କରିବେ, ନିର୍ବାଚନ ଆଇନ ଅନୁଯାୟୀ ଦୁର୍ନୀତି ଏବଂ ଅପରାଧ ବିବେଚିତ ସମସ୍ତ କାର୍ଯ୍ୟରୁ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀ ନିବୃତ୍ତ ରହିବେ।

୩. କୌଣସି ଦଳ କି ପ୍ରାର୍ଥୀ ଭୋଟର ବା ଭୋଟର ଗୋଷ୍ଠୀଙ୍କୁ ପ୍ରଲୋଭନ ଦେଖାଇବେନି।

୪. ଅନ୍ୟ ଦଳର ନେତା ଓ ପ୍ରାର୍ଥୀଙ୍କର ଚରିତ୍ରସଂହାର କରିବେନି, ସର୍ବସାଧାରଣରେ ରାଜନୈତିକ ଦଳ ନେତାମାନଙ୍କର କୁଶପୁତ୍ତଳିକା ଦାହ କରିବା, ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କର ବ୍ୟକ୍ତିଗତ ଜୀବନ ଏବଂ ଅପ୍ରମାଣିତ ଅଭିଯୋଗ ଭିତ୍ତିରେ କୌଣସି ରାଜନୈତିକ ଦଳକୁ ସମାଲୋଚକା କରିବାରୁ ସମସ୍ତେ ବିରତ ରହିବେ। କୌଣସି ନାଗରିକଙ୍କ ବାସସ୍ଥାନ କିମ୍ବା ସରକାରୀ ଅଫିସ ଆଗରେ କୌଣସି ପ୍ରକାରର ବିକ୍ଷୋଭ କିମ୍ବା ଧାରଣା ପ୍ରଦର୍ଶନ କରାଯାଇପାରିବ ନାହିଁ।

୫. ଡାକବାଜି ଯନ୍ତ୍ର ବ୍ୟବହାର ପାଇଁ ଆଗୁଆ ଅନୁମତି ଆଣିବେ ଏବଂ ରାତି ୮ଟାରୁ ସକାଳ ୭ଟା ମଧ୍ୟରେ ଏହାକୁ ବ୍ୟବହାର କରିପାରିବେ ନାହିଁ। ଭୋଟ୍ ଗ୍ରହଣର ୩୬ଘଣ୍ଟା ପୂର୍ବରୁ ଡାକବାଜି ଯନ୍ତ୍ର ବ୍ୟବହାର ବନ୍ଦ ହେବ।

୬. ସରକାରୀ ଅଫିସ୍‌ ଏବଂ ଶିକ୍ଷା ଓ ଧାର୍ମିକ ଅନୁଷ୍ଠାନର କାନ୍ଥବାଡ଼ ଓ ସର୍ବସାଧାରଣ ରାସ୍ତା ଆଦିରେ ବିଜ୍ଞାପନ, ପ୍ରଚାରପତ୍ର, ପ୍ରଚାର ପତାକା ଲଗାଇବା ବା ପ୍ରଚାର ଘୋଷ ଲେଖିବା ନିଷେଧ।

୭. ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀ, ସରକାରୀ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ, ବିରୋଧୀଦଳ ନେତା, ବିରୋଧୀ ଦଳ ନେତା, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଅନ୍ୟ ଯେଉଁମାନଙ୍କୁ ସରକାରୀ ସୁବିଧାସୁଯୋଗ ଓ ସରକାରୀ ଗାଡ଼ି ଯୋଗାଇ ଦିଆଯାଇଛି ସେମାନେ ସରକାରୀ ଗସ୍ତରେ ଯିବା ସମୟରେ ତାହା ସହିତ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ସାମିଲ୍‌ କରିବେ ନାହିଁ। ସେମାନେ ସରକାରୀ କଳ/ସରକାରୀ କର୍ମଚାରୀ/ସରକାରୀ ଯାନବାହନ/ସର୍କିଟ ହାଉସ୍‌/ଡାକବଙ୍ଗଳା ଇତ୍ୟାଦି ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ନିର୍ବାଚନ ପ୍ରଚାର କାର୍ଯ୍ୟ‌େର ବ୍ୟବହାର କରିପାରିବେ ନାହିଁ।

୮. ଭୋଟରଙ୍କୁ ପ୍ରଲୋଭିତ କଲା ଭଳି ନିଷ୍ପତ୍ତି ବା ଘୋଷଣାନାମା ଜାରି କରାଯିବ ନାହିଁ ଯାହା କ୍ଷମତାସୀନ ଦଳକୁ ସୁହାଇବ। କୌଣସି ନୂଆ କାମ ଆରମ୍ଭ ହେବନି। ସାଂସଦ/ବିଧାୟକ ସେମାନଙ୍କ ପାଣ୍ଠିରୁ କୌଣସି ଅର୍ଥ ପ୍ରକଳ୍ପ, କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ କରିପାରିବେନି।

କ’ଣ ରହିଛି କଟକଣା
୧. ପଥପ୍ରାନ୍ତ ପ୍ରଦର୍ଶନ, ପଦଯାତ୍ରା, ସାଇକେଲ/ମୋଟରସାଇକେଲ/ଯାନ ଶୋଭାଯାତ୍ରା ହୋଇପାରିବନି।
୨. ରାଜନୈତିକ ଦଳ କିମ୍ବା ସମ୍ଭାବ୍ୟ ପ୍ରାର୍ଥୀ ବା ନିର୍ବାଚନରେ ସଂପୃକ୍ତ କୌଣସି ଗୋଷ୍ଠୀର ସମାବେଶ ହୋଇପାରିବନି।
୩. ସର୍ବାଧିକ ୫ଜଣ ଲୋକଙ୍କ ସହ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିପାରିବେ।
୪. ଭୋଟ୍ ଗଣତି ପରେ କୌଣସି ବିଜୟ ‌ଶୋଭାଯାତ୍ରା ହେବନି।
୫. କୌଣସି ପ୍ରାର୍ଥୀ ବା ରାଜେନୈତିକ କୋଭିଡ-୧୯ର ମାର୍ଗଦର୍ଶିକାର ଖିଲାପ କଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧-୬୦ ଅନୁଯାୟୀ ଦଣ୍ଡିତ ହେବେ।
୬.ସଂପୂର୍ଣ୍ଣ ‌େକାଭିଡ ଟିକା ନେଇଥିବା ଏବଂ ଆର୍‌ଟିପିସିଆର୍‌ କିମ୍ବା ଆଣ୍ଟିଜେନ୍ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତି ଭୋଟ୍ ଗଣତି କେନ୍ଦ୍ରକୁ ପ୍ରବେଶ କରିପାରିବେ।
ଏହାବାଦ୍ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ କଟକଣା ଲାଗୁ ହେବ।
ଚଳିତ ନିର୍ବାଚନରେ କ’ଣ ନୂଆ
୧. ବ୍ଲକ ସଦର ମହକୁମାରେ ଭୋଟ୍‌ ଗଣତି ହେବ। ତିନି ଦିନରେ ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଭୋଟ୍‌ ଗଣତି ହେବ।
୨. ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠ ଜିଲ୍ଲା ୱେବସାଇଟ୍‌ରେ ନାମାଙ୍କନ ପତ୍ର ସହ ପ୍ରକାଶ ପାଇବ।
୩. ଭୋଟ୍‌ ଦାନ ସମୟ ସକାଳ ୭ଟାରୁ ୧୨ଟା ପରିବର୍ତ୍ତେ ୭ଟାରୁ ଅପରାହ୍ନ ୧ଟା।
୪.କମିସନଙ୍କ କଲ୍‌ ସେଣ୍ଟର ନମ୍ବର ୧୮୦୦୩୪୫୭୭୮୭ ଜାରି ହେଲା। ସକାଳ ୯ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଖୋଲା ରହିବ। କଣ୍ଟ୍ରୋଲ ରୁମ୍ ନଂ-୦୬୭୪-୨୫୭୩୪୯୪ ଜାରି ହେଲା। ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ଫୋନ୍ କରି ଅଭିଯୋଗ କରିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe